ଗାଁ କୁ ନାହିଁ ପକ୍କା ରାସ୍ତା , ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା

0 123

ଧର୍ମଗଡ଼,  ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହି ୨ କିଲୋମିଟର୍ ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଛାଡ଼ିଲେ ପରିବାର ଲୋକେ ।  ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ମାଳପଡ଼ା ଗ୍ରାମରୁ । ସୂଚନା ମତେ ସନ୍ଧ୍ୟା ସମୟରେ ଗ୍ରାମର ଦାମୋଦର ମାଝୀ ଙ୍କ ସ୍ତ୍ରୀ ଗୋମତୀ ମାଝୀ ଙ୍କ  ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ତେବେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆମ୍ବଗୁଡା ନିକଟ ୨ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା । ଏପଟେ ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥାନ୍ତି ଗର୍ଭବତୀ ମହିଳା । ପରିବାର ଲୋକେ କୌଣସି ଉପାୟ ନ ପାଇ ରାତି ଦଶ ଘଣ୍ଟା ସମୟ ରେ    ଆଶାକର୍ମୀ ଓ ସମ୍ପର୍କୀୟ ଙ୍କ ସହଯୋଗରେ ଏକ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର  ନେଇ  ଭର୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ରେ ଏକ ଶିଶୁ କନ୍ୟା ଜନ୍ମ ପରେ ପରିବାର ଲୋକେ ଏକ ଭଡ଼ା ଗାଡ଼ି ସାହାଯ୍ୟରେ ଗାଁ କୁ ଫେରିଥିଲେ ମଧ୍ୟ ଗାଡ଼ି ଡ୍ରାଇଭର କାଦୁଅ ରାସ୍ତା ରେ ଯିବାକୁ ମନା କରି ସେହିଠାରେ ଛାଡ଼ି ଯାଇଥିଲା ।ସେଠାରୁ ପୁଣି ମାଁ ଓ ନବଜାତ ଶିଶୁ କୁ ଖଟିଆରେ ବୋହି ଘରକୁ ଆଣି ଥିଲେ । ତେବେ ସରକାର ଗ୍ରାମାଞ୍ଚଳ ରାସ୍ତା ଉନ୍ନତି କରଣ  ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଗ୍ରାମ ଅବହେଳିତ ହୋଇ ରହିଛି । ଦୀର୍ଘବର୍ଷ ହେବ  ପକ୍କା ରାସ୍ତା ପାଇଁ ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମର ରବି ମାଝୀ, ଧୁସାସନ ମାଝୀ,ମେଘନାଦ ମାଝୀ,ସସ୍ମିତା ଧାରୁଆ,ଓଷା ମାଝୀ,ଚନ୍ଦ୍ରକଳା ମାଝୀ । ଅତୀତରେ ମଧ୍ୟ ଅନେକ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା  ନେଇଥିବା ପ୍ରକାଶ କରନ୍ତି ମାଳ ପଡ଼ା ବାସି  । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟ ରାସ୍ତାରୁ ପଡ଼ା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ  ଦାବି ହେଉଛି ।

Leave A Reply

Your email address will not be published.