ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Prime Minister met the players

0 207

ଅହମଦାବାଦ, ୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ ପ୍ରକାଶ ପାଇଲା । ରୋହିତ ଶର୍ମା, ମହମ୍ମଦ ସିରାଜ ଏବଂ ବିରାଟ କୋହଲିଙ୍କ ସମେତ ସମସ୍ତ ଖେଳାଳି ଭାବପ୍ରବଣ ହୋଇଥିଲେ । ଅଷ୍ଟ୍ରେଲିଆଠାରୁ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ୍ରେସିଂ ରୁମରେ ଭାରତୀୟ କ୍ରିକେଟରଙ୍କୁ ଭେଟିଥିଲେ । ଏହାର ଫଟୋ ଏବେ ସାମ୍ନାକୁ ଆସିଛି । ଏହି ସମୟରେ ସେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଭାରତର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଡ୍ରେସିଂ ରୁମକୁ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ଆମର ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଥିଲା, କିନ୍ତୁ ଆମେ ଫାଇନାଲରେ ହାରିଗଲୁ । ଆମେ ସମସ୍ତେ ଦୁଃଖିତ, କିନ୍ତୁ ଆମ ଦେଶର ଲୋକଙ୍କ ସମର୍ଥନ ଆମକୁ ଆଗକୁ ବଢାଉଛି । ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମରେ ପହଞ୍ଚିଥିଲେ । ତାଙ୍କର ଏହି ଗସ୍ତ ବିଶେଷ ଏବଂ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା ।

Leave A Reply

Your email address will not be published.