କୋକିଂ କୋଇଲା ପାର୍ସଲ ଆମଦାନୀରେ ଧାମରା ପୋର୍ଟର ରେକଡ

0 68

ଧାମରା,: କୋକିଂ କୋଇଲା ପାର୍ସଲ ପରିଚାଳନାରେ ଧାମରା ପୋର୍ଟ ରେକର୍ଡ ସୃଷ୍ଟି କରିଛି । ୧,୮୬,୭୮୨ ଏମ୍‌ଟି କୋକିଂ କୋଲ୍ ପାର୍ସଲ ଆମଦାନୀ କରି ଧାମରା ପୋର୍ଟ ଏହି ବିଶାଳ ରେକର୍ଡ଼ କରିଛି । ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମ ଟାଟା ଷ୍ଟିଲ ଲିମିଟେଡ ପକ୍ଷରୁ ଏହି କୋକିଂ କୋଇଲା ଆମଦାନୀ କରାଯାଇଥିଲା । ୨୯୯.୯୫ ମିଟର ଲମ୍ବ, ୫୦ ମିଟର ବିମ୍‌ ଏବଂ ସର୍ବାଧିକ ୧୮.୪୦ ମିଟର ଡ୍ରାଫ୍ଟ ବିଶିଷ୍ଟ ଓଲ୍‌ଡେନ୍‌ଡ୍ରୋଫ୍ ଜାହାଜ ଧାମରା ପୋର୍ଟର ବଡ଼ ବଡ଼ ଜାହାଜ ପରିଚାଳନା କ୍ଷମତାକୁ ପ୍ରଦର୍ଶନ କରିଥିଲା । ଓଡ଼ିଶାର ଶିଳ୍ପ ଏବଂ ଲଜିଷ୍ଟିକ୍‌ କ୍ଷମତାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯାହା କି ଭାରତର ପୂର୍ବ ଉପକୂଳସ୍ଥିତ ଧାମରା ପୋର୍ଟକୁ ଏକ ପ୍ରମୁଖ ଡିପ୍‌-ଡ୍ରାଫ୍ଟ ପୋର୍ଟ ଭାବେ ସୁଦୃଢ କରୁଛି । ଏହି ବୃହତ ପାର୍ସଲର ସଫଳ ପରିଚାଳନା ଆଦାନୀ ପରିଚାଳିତ ପୋର୍ଟ କାର୍ଯ୍ୟକ୍ଷମ ଦକ୍ଷତା, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବର୍ଦ୍ଧିତ କାର୍ଗୋ ପରିଚାଳନା କ୍ଷମତାକୁ ପ୍ରଦର୍ଶିତ କରୁଛି । ଧାମରା ପୋର୍ଟର ଏହି କ୍ଷମତା କେବଳ ଏକ ବୃହତ ଶିଳ୍ପକୁ ସମର୍ଥନ କରିବାରେ ସାହାଯ୍ୟ କରିନାହିଁ ବରଂ, ବିଶ୍ୱ ବାଣିଜ୍ୟ ଏବଂ କଞ୍ଚାମାଲ ଆମଦାନୀ ପାଇଁ,ଏକ ପ୍ରବେଶ ଦ୍ୱାର ଭାବେ ଓଡ଼ିଶାର ବିକଶିତ ପ୍ରତିଷ୍ଠାକୁ ମଧ୍ୟ ଦ୍ୱିଗୁଣିତ କରିଛି । କୋକିଂ କୋଲ ପାର୍ସଲର ସଫଳ ପରିଚାଳନା ପୋର୍ଟ କର୍ତ୍ତୃପକ୍ଷ, ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସୁଗମ ସମନ୍ୱୟ ରକ୍ଷା କରିପାରିଛି ।

Leave A Reply

Your email address will not be published.