କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଭାରତ, ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ।

0 156

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗମ୍ଭାରୀଗୁଡା ଧାନ ମଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ବିଜେପି ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଗ,ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର,ସୁଧୀର ପାତ୍ର, ଦୁର୍ଗା ପ୍ରଧାନୀ,ନୀଳକଣ୍ଠ ମାଝୀ, ଧନଞ୍ଜୟ ସାହୁ ଯୋଗ ଦେଇ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ସଂକଳ୍ପ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଙ୍କ ୧ ବର୍ଷ ପୁର୍ତ୍ତି କୁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶା ର ସ୍ୱପ୍ନ କୁ ବାସ୍ତବିକତା ରୂପ ଦେଇଛି।  ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି  ପୂରଣ କରିଛନ୍ତି ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ କୋକସରା ବ୍ଲକ ର ପୂର୍ବତନ ଯାଦବ ସଭାପତି ବିନୋଦ ବିହାରୀ ରାଉତ ବିଜେଡି ଦଳ ଛାଡି ବିଜେପି ରେ ଯୋଗ ଦେଇଥିଲେ।ବିଧାୟକ ପ୍ରତିନିଧି ତ୍ରିନାଥ ଶବର ଓ  ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ମଣ୍ଡଳ ସ୍ତରୀୟ ଶତାଧିକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶପଥ ପାଠ ନେବାସହ ଲୋକଙ୍କ ସରକାର ମୋହନ ମାଝୀ ଙ୍କ ନେତୃତ୍ୱ ରେ ଓଡିଶା ପ୍ରଦେଶ ର ବିକାଶ ପାଇଁ ସଂକଳ୍ପ ନେଇଥିଲେ।

Leave A Reply

Your email address will not be published.