କୋକସରା ବିଜେପି ୩ ମଣ୍ଡଳ ପକ୍ଷରୁ ଏମାରଜେନ୍ସି କଲା ଅଧ୍ୟାୟ ର ୫୦ ବର୍ଷ ପ୍ରତିବାଦ ସଭା ଅନୁଷ୍ଠିତ।

0 128

ଧର୍ମଗଡ଼ : ୧୯୭୫ ଜୁନ୍‌ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ବା ଏମାରଜେନ୍ସି ପରିସ୍ଥିତି । ଏହି ଦିବସ କୁ ଆଜି  ୫୦ ବର୍ଷ ପୁର୍ତ୍ତି ହୋଇଥିବା ବେଳେ କଂଗ୍ରେସ ସରକାର ପକ୍ଷରୁ ଏହି ଜରୁରୀକାଳୀନ ଦିବସ  ଭାରତର ଗଣନ୍ତ୍ରାତିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି କୁହାଯାଏ। ଏହାର ପ୍ରତିବାଦ ସ୍ବରୂପ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଏହି ଦିବସ କୁ ପ୍ରତିବାଦ କରି ବିଜେପି ର କର୍ମକର୍ତ୍ତା ମାନେ ପାଳନ କରିଛନ୍ତି। ଏହି କ୍ରମ ରେ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ କୋକସରା, ମୋଟେର ଓ ଆମପାଣି, ମଣ୍ଡଳ ସ୍ତରୀୟ ଜରୁରୀକାଳୀନ ପରିସ୍ଥିତି କଳା ଅଧ୍ୟାୟ ୫୦ ବର୍ଷ କୁ ନେଇ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।କୋକସରା ଠାରେ ମଣ୍ଡଳ ସଭାପତି ବସନ୍ତ ନାଗ,ଆମପାଣି ଠାରେ ମଣ୍ଡଳ ସଭାପତି ମଧୁବନ ପାତ୍ର ଓ ମୋଟେର ଠାରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ଭାରତ ମାତା ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଉପସ୍ଥିତ କର୍ମକର୍ତ୍ତା ମାନେ କଳା ବ୍ୟାଚ ପରିଧାନ କରି କଂଗ୍ରେସ ସରକାର ସମୟରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି କୁ ଦେଶ ର ଏକ କଲା ଅଧ୍ୟାୟ ବୋଲି କହିବା ସହ ଆଜିର ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳିବାକୁ ନିଷ୍ପତ୍ତି ନେବାକୁ ମତ ପ୍ରକାଶ କରିଥିଲେ। ତିନି ଗୋଟି ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର ରେ ବରିଷ୍ଠ ନେତା ଗରୁଡ଼ ଧ୍ଵଜ ମାଝୀ, ନୀଳକଣ୍ଠ ମାଝୀ, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ତ୍ରିନାଥ ଶବର,ସୁଧୀର ପାତ୍ର, ବିନୋଦ ରାଉତ, ମନୋଜ ନାଏକ, ଶାରଳା ପ୍ରଧାନୀ, ଧର୍ମାନନ୍ଦ ନେଗି, ଦୈତାରି ବାରିକ,ଦୁର୍ଗା ପ୍ରଧାନୀ,ମକରନ୍ଦ ବାଗ, ଚକ୍ରଧର ବେଶ୍ରା , ଦ୍ରୋଣାଚାର୍ଯ୍ୟ ପୁଝାରୀ,ତୁଲାରାମ ନାଏକ, ଯୁବମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି,ତ୍ରିଲୋକ୍ୟ ବେଶ୍ରା ,ଧବଳେଶ୍ବର ଗୋପାଳ, ଉପ ସଭାପତି ନିଲାଞ୍ଚଲ ରାଉତ,ମୁକୁନ୍ଦ ପଟ୍ଟନାୟକ, ସମ୍ପାଦକ ରାଧେଶ୍ୟାମ ଗୋପାଳ,କମଳ ଲୋଚନ ଦଳପତି, ପ୍ରିୟବ୍ରତ ପଣ୍ଡା,ଶାନ୍ତନୁ ପଣ୍ଡା,ନାରିନେତ୍ରୀ ପ୍ରତିମା ପୁଝାରି,ସବିତା ମାଝୀ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କଂଗ୍ରେସ ର ଏହି ଜରୁରୀକାଳୀନ କଳା ଅଧ୍ୟାୟ କୁ ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.