ଓଡ଼ିଶା ଗସ୍ତରେ ଆସାମ ବିଧାନସଭାର ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟି

Assam Assembly Public Undertaking Committee to visit Odisha

0 119

ଭୁବନେଶ୍ୱର, 16/7: ଆସାମ ବିଧାନସଭା ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟିର ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସି ବୁଧବାର ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ରାମେନ୍ଦ୍ର ନାରାୟଣ କାଲିଟାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟ ବିଧାନସଭାର ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଏବଂ ସଦସ୍ୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପଦ୍ମଚରଣ ହାଇବୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଅଖିଳ ଚନ୍ଦ୍ର ନାଏକ, ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ମଙ୍ଗୁ ଖିଲ ପ୍ରମୁଖଙ୍କ ସହ କମିଟିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ରାଜ୍ୟରେ ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟି ଗ୍ରହଣ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ଆପଣାଇବା ପାଇଁ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାରେ ୪ଟି ଆର୍ôଥକ କମିଟି, ଆକାଉଂଟ କମିଟି, ଏଷ୍ଟିମେଟ୍ କମିଟି, ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟି ସମେତ ୧୦ଟି ସ୍ଥାୟୀ କମିଟି, ୧୨ଟି ହାଉସ୍ କମିଟି, ୫ଟି ଆଇନ ଅନୁଯାୟୀ ଗଠିତ କମିଟି ଓ ଆମେନେଟିଜ୍ କମିଟି ସମେତ ଆଡ୍-ହକ୍ କମିଟି ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ବୈଠକ ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.