ଆଜିଠୁ ଟ୍ରମ୍ପଙ୍କ ୫୦% ଟାରିଫ୍ ଶୁଳ୍କ ଲାଗୁ

0 85

ନୂଆଦିଲ୍ଲୀ, : ଭାରତ ଉପରେ ପଡ଼ିଲା ଟ୍ରମ୍ପ ଟାରିଫ୍ ବୋମା । ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ହୋଇଛି । ପୂର୍ବରୁ ଅର୍ଥାତ ଅଗଷ୍ଟ ୭ରେ ବ୍ୟାପାର ଘାଟା ଦର୍ଶାଇ ୨୫% ଟାରିଫ୍ ଲାଗୁ କରିଥିଲେ । ଏହାକୁ ମିଶାଇ ବୁଧବାରଠୁ ଭାରତ ଉପରେ ମୋଟ୍ ୫୦ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ଏହାଦ୍ୱାରା ୬୦.୨ ଅରବ ଡଲାର କ୍ଷତି ସହିବ ଭାରତ । ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ଭାରତୀୟ ସାମଗ୍ରୀ ଆମେରିକୀୟ ବଜାରରେ ମହଙ୍ଗା ହୋଇଯିବ । ଯାହା ଘରୋଇ ନିୟନ୍ତ୍ରକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ମୁସ୍କିଲ ହୋଇଯିବ । ବିଶେଷଜ୍ଞଙ୍କୁ କହିବା କଥା, ପୂର୍ବରୁ କମ୍ ଟାରିଫ୍ ଯୋଗୁଁ ଆମେରିକା ବଜାରରେ ଭାରତୀ ଅତିରିକ୍ତ ଶୁଳ୍କ ଲାଗିବା ଯୋଗୁଁ ମାର୍କେଟ୍ ପ୍ରତିଦ୍ୱନ୍ଦ୍ୱିତା କରିବା ବଡ଼ ଚ୍ୟାଲେଞ୍ଜ ହେବ । ମାତ୍ର କେନ୍ଦ୍ର ସରକାରଙ୍କୁ ଏହାର ମୁକାବିଲା କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ । ନହେଲେ ଜିଡିପି ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ଟ୍ରମ୍ପଙ୍କ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଦ୍ୱାରା ଗହଣା, ରତ୍ନପଥର, ବୟନ ଶିଳ୍ପ, କାର୍ପେଟ୍‌, ଫର୍ଣ୍ଣିଚର୍ ଅଟୋମୋବାଇଲ, ସାମୁଦ୍ରିକ ଖାଦ୍ୟ ଆଦି ଶିଳ୍ପଗୁଡ଼ିକର ଲାଭ ସଂକୁଚିତ ହେବ । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍‌(ଜିଟିଆର୍‌ଆଇ)ର ଅନୁମାନ ମୁତାବକ, ଆମେରିକାର ଟାରିଫ୍ ଦ୍ୱାରା ଭାରତରୁ
ସେଠାକୁ ଯାଉଥିବା ୬୦.୨ ବିଲିୟନ ଡଲାର ରପ୍ତାନି ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଆମେରିକା ବଜାରରେ ଭାରତର ଅଂଶ ହ୍ରାସ ପାଇବ । ବିକଳ୍ପ ବଜାରଗୁଡ଼ିକ ଯେପରି ଚୀନ୍‌, ଭିଏତନାମ ଏବଂ ମେକ୍ସିକୋ ଆଦି ରାଷ୍ଟ୍ରଗୁଡ଼ିକ ବଜାର ଅଂଶ ମାଡ଼ିବସିବେ । ଭାରତର ଶ୍ରମ-ଭିତ୍ତିକ ଶିଳ୍ପଗୁଡ଼ିକରେ ରପ୍ତାନି ପରିମାଣରେ ୭୦% ହ୍ରାସ ସମ୍ଭାବନା ରହିଛି । ଅନୁମାନ କରାଯାଇଛି, ଆମେରିକୀୟ ଟାରିଫ୍ ଯୋଗୁ ସେଠାକୁ ଭାରତର ରପ୍ତାନି ୨୦୨୫-୨୬ରେ
୪୯.୬ ବିଲିୟନ ଡଲାରକୁ ଖସିଯିବ । ଯାହାକି ୨୦୨୪-୨୫ରେ ୮୬.୫ ବିଲିୟନ ଡଲାର ରହିଥିଲା । ସେହିପରି ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୦.୨%ରୁ ୦.୬% ପର୍ଯ୍ୟନ୍ତ କମିପାରେ । ଏହା ବ୍ୟତୀତ ସରକାରଙ୍କୁ ନିଜ ବ୍ୟାପାର ନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ । ଆମେରିକା ଉପରେ ନିର୍ଭରତା କମାଇବା ପାଇଁ ୟୁରୋପ, ରୁଷ ତଥା ଅନ୍ୟ ଦେଶଗୁଡ଼ିକରେ ବ୍ୟାପାର ବାଇବାକୁ ହେବ । ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ
ଟାରିଫ୍ ଲାଗୁ ହେବା ପରେ ଭାରତର ବାଣିଜ୍ୟ ମନ୍ତ୍ରାଳୟ ପ୍ରାୟ ୫୦ ଦେଶଙ୍କ ପାଇଁ ନୂଆ ରପ୍ତାନି ରଣନୀତି ପ୍ରସ୍ତୁତ କରିଛି । ଏହା ଅଧୀନରେ ଭାରତ ଏବେ ଚୀନ୍‌, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ଭଳି ବଜାର ଉପରେ ଫୋକସ୍ କରିବ । ଆଇସଲ୍ୟାଣ୍ଡ, ଲିଙ୍କଟେଷ୍ଟିନ୍‌, ନରୱେ ଏବଂ ସୁଇଜରଲାଣ୍ଡ୍ ସହ ଭାରତ ବାଣିଜ୍ୟ ଚୁକ୍ତି କରିସାରିଛି । ଏହା ଅକ୍ଟୋବର ୧ରୁ ଲାଗୁ ହେବ ।

Leave A Reply

Your email address will not be published.