ଆଉ ୪୪ ଦେଶରେ ଆସିପାରେ ସୁନାମୀ

Sunami may come to 44 more countries

0 64

ନୂଆଦିଲ୍ଲୀ, ୩୦ା୭ : ରୁଷିଆର କାମଚାଟକା ଉପଦ୍ୱୀପରେ ହୋଇଥିବା ଭୂମିକମ୍ପ ପରେ, ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି । ଅନେକ ଦେଶରେ ସୁନାମିର ତରଙ୍ଗ ଉପକୂଳରେ ପହଞ୍ଚିସାରିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାମିର ତରଙ୍ଗ ୪ ମିଟର ପର୍ଯ୍ୟନ୍ତ ହୋଇପାରେ । ସୁନାମିର ତରଙ୍ଗ ପୂର୍ବରୁ ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ଉତ୍ତର ଦ୍ୱୀପ ହୋକାଇଡୋର କିଛି ଅଂଶରେ ପହଞ୍ଚିସାରିଛି । ଅନେକ ଦେଶରେ ସୁନାମିର ଆଶଙ୍କା ରହିଛି । ଏହି ଭୂକମ୍ପର ପ୍ରଭାବରେ ରୁଷିଆ, ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜରେ ୩ ମିଟରରୁ ଅଧିକ ଉଚ୍ଚତାର ଲହଡ ଆସିପରେ ବୋଲି ଅନୁମାନ କରାଯାଇଛି । ଇକ୍ୱେଡର, ଚିଲି, କୋଷ୍ଟାରିକା, ଫରାସୀ ପଲିନେସିଆ, ଗୁଆମ, ହାୱାଇ, ଜାପାନ, ଜାର୍ଭିସ ଦ୍ୱୀପ, ଜନଷ୍ଟନ ଆଟଲ, କିରିବାଟି, ମିଡୱେ ଦ୍ୱୀପ, ପାଲମିରା ଦ୍ୱୀପପୁଞ୍ଜ, ପେରୁ, ସାମୋଆ, ସୋଲୋମନ ଦ୍ୱୀପପୁଞ୍ଜରେ ୧ରୁ ୩ ମିଟର ଉଚ୍ଚତାର ସୁନାବି ଆସିବାର ସମ୍ଭବନା ରହିଛି । ମିଟର ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଚୁକ, କଲମ୍ବିଆ, କୁକ ଦ୍ୱୀପପୁଞ୍ଜ, ଏଲ ସାଲଭାଡୋର, ଫିଜି, ଗୁଆଟେମାଲା, ହାଓଲାଣ୍ଡ ଏବଂ ବେକର ଦ୍ୱୀପପୁଞ୍ଜ, ଇଣ୍ଡୋନେସିଆ, କେରମାଡେକ ଦ୍ୱୀପପୁଞ୍ଜ, କୋସରେ, ମାର୍ଶାଲ ଦ୍ୱୀପପୁଞ୍ଜ, ମେକ୍ସିକୋ, ନାଉରୁ, ନ୍ୟୁ କାଲେଡୋନିଆ, ନ୍ୟୁଜିଲ୍ୟାଣ୍ଡ, ନିୟୁ, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ, ପାଲାଉ, ପାନାମା, ପପୁଆ ନ୍ୟୁ ଗିନି, ଫିଲିପାଇନ୍ସ, ପିଟକେର୍ଣ୍ଣ ଦ୍ୱୀପପୁଞ୍ଜ, ପୋହନପେଇ, ତାଇୱାନ, ଟୋକେଲାଉ, ଟୋଙ୍ଗା, ଟୁଭାଲୁ, ଭାନୁଆଟୁ, ୱେକ ଦ୍ୱୀପପୁଞ୍ଜ, ୱାଲିସ ଏବଂ ଫୁଟୁନା, ଆମେରିକୀୟ ସାମୋଆ, ୟାପ ଆଦିରେ ୦.୩ରୁ ୧ ମିଟର ଉଚ୍ଚତାର ସୁନାମି ଆସିପାରେ । ସେହିପରି ବ୍ରୁନେଇ, ଚାଇନା, ଉତ୍ତର କୋରିଆ (ଡିପିଆରକେ), ମାଲେସିଆ, ଦକ୍ଷିଣ କୋରିଆ (କୋରିଆ ଗଣରାଜ୍ୟ), ଭିଏତନାମରେ ୦.୩ ମିଟରରୁ କମଉଚ୍ଚତାର ସୁନାମି ଆସିପାରେ ବୋଲି ଅନୁମାନ କରାଯାଇଛି । ତେବେ ଭାରତ ପାଇଁ ସୁନାମି ଭୟ ନ ଥିବା କୁହାଯାଉଛି । ସେହିପରି ଜାପାନର ପ୍ରଶାନ୍ତ ମହାସାଗର ତଟରେ ସୁନାମୀ ମାଡ଼ ହୋଇଛି । ଏହାଛଡ଼ା ଉତ୍ତର ହକ୍କାଇଡୋରୁ ନେଇ ଦକ୍ଷିଣ ୱାକାୟାମା ପ୍ରାନ୍ତ ପର୍ଯ୍ୟନ୍ତ ଘରଗୁଡ଼ିକୁ ଖାଲି କରାଯାଇଛି । ଜାପାନର ପାଣିପାଗ ବିଭାଗ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ସୁନାମୀ ଜୁଆର ୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠୁଛି । ତେଣୁ ଏହା ଜନବସତି ଆଡ଼କୁ ମାଡ଼ି ଆସିବ ବୋଲି ଆଶଙ୍କା କରାଯାଉଛି । ଏହାଛଡ଼ା ସମୁଦ୍ର ଜୁଆର ଜାପାନର କେଫୁକୁଶିମା ନ୍ୟୁକ୍ଲିୟର ପ୍ଲାଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସୁମାନୀ ବିପଦ ଦେଖି ପୂର୍ବରୁ କର୍ମଚାରୀମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ୨୦୧୧ରେ ଆସିଥିବା ୯.୦ ତୀବ୍ରତା ବିଶିଷ୍ଟ ସୁନାମୀ ଫୁକୁଶିମା ଦାଇଚ୍ ପ୍ଲାଣ୍ଟକୁ ବିଶେଷ ଭାବେ କ୍ଷତି ପହଞ୍ଚାଇଥିଲା । ସୁନାମୀ ସଂକଟରୁ ବାହାରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶାବା ଲଗାତାର ଅଧିକାରୀମାନଙ୍କ ସଂପର୍କରେ ରହିଛନ୍ତି । ଜରୁରୀସେବାରେ ନିୟୋଜିତ ହୋଇଥିବା ଟିମ୍ ଆଲର୍ଟରେ ରହିଛନ୍ତି । କୌଣସି ପରିସ୍ଥିତିରେ ଲୋକଙ୍କ ଜୀବନକୁ ପ୍ରଥମ ପ୍ରାଥମିକତା ପ୍ରଥମେ ଦିଆଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.