ନୂଆଦିଲ୍ଲୀ/ଭୁବନେଶ୍ୱର,\ : ଇରାନ- ଇସ୍ରାଏଲ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହଠାତ୍ ନିଆଁ ଲାଗିଯାଇଛି । ଶୁକ୍ରବାର ଅଶୋଧିତ ତେଲ ଦର କାରବାରର କିଛି ସମୟ ମଧ୍ୟରେ ୧୦ ପ୍ରତିଶତ ବଢ଼ିଯାଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦରରେ କିଛିଟା ହ୍ରାସ ଘଟି ବ୍ୟାରେଲ୍ ପିଛା ଦର ୭୪.୨୩ ଡଲାରରେ ରହିଛି । ଗୁରୁବାରର ଦର ତୁଳନାରେ ଏହା ୭ ପ୍ରତିଶତ ଅଧିକ । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଆଗାମୀ ଦିନରେ ଅଶୋଧିତ ତେଲ ଯୋଗାଣକୁ ଅଧିକ ମାତ୍ରାରେ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣିୟ କ୍ୟାପିଟାଲ୍ ଇକୋନୋମିକ୍ସର ବିଶ୍ଲେଷକଙ୍କ କହିବାନୁଯାୟୀ, ଯଦି ଇରାନର ତେଳ ଉତ୍ପାଦନ ଏବଂ ରପ୍ତାନି ସୁବିଧାଗୁଡ଼ିକ ଉପରେ ଇସ୍ରାଏଲ ଆକ୍ରମଣ କରେ, ତା\’ହେଲେ ଏହାର ଦର ୮୦ରୁ ୧୦୦
ଡଲାରରେ ପହଞ୍ଚି ଯାଇପାରେ । ଜେପି ମର୍ଗାନ୍ ପକ୍ଷରୁ କିନ୍ତୁ ସତର୍କ କରାଇ ଦିଆଯାଇଛି ଯେ ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୨୦ ଡଲାରରେ ପହଞ୍ଚିପାରେ । ଭାରତ ଭଳି ଦେଶ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ମଧ୍ୟପ୍ରାଚ୍ୟରେ ଯଦି ଉତ୍ତେଜନା ଅଧିକ ଘନୀଭୂତ ହୁଏ, ତା\’ହେଲେ ଇରାନ ହୋର୍ମୁଜ୍ ପ୍ରଣାଳୀରେ ତେଳ ଯୋଗାଣ ଭିତ୍ତିଭୂମିକୁ ଆକ୍ରମଣ କରି ବିଶ୍ୱ ତେଳ ବଜାରରେ ବଡ଼ଧରଣର ଅସ୍ଥିରତା ସୃଷ୍ଟି କରି ଦେଇପାରେ । ବିଶ୍ୱର ପାଖାପାଖି ଏକ ପଞ୍ଚମାଂଶ ଅଶୋଧିତ ତେଲ ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ । ଏହି ପ୍ରଣାଳୀର ଉତ୍ତରରେ ଇରାନ ଥିବାବେଳେ ଦକ୍ଷିଣରେ ଓମାନ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରହିଛି । ଉପସାଗରୀୟ ଅଞ୍ଚଳକୁ ଆରବ ସାଗର ସହିତ ଏହି ପ୍ରଣାଳୀ ଜରିଆରେ ଜଳମାର୍ଗରେ ସଂଯୋଗ ସ୍ଥାପନ ହୋଇଥାଏ । ଭାରତ ଏହାର ମୋଟ ଅଶୋଧିତ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନୀ ମାଧ୍ୟମରେ ପୂରଣ କରିଥାଏ । ତେଣୁ ଦର ବିଲେ ଭାରତକୁ ଅଧିକ ବିଦେଶୀ ମୁଦ୍ରା ଏ ବାବଦରେ ବିନିଯୋଗ କରିବାକୁ ପଡ଼ିବ । ଏଥିସହିତ ଅଶୋଧିତ ତେଲ ଦର ବିଲେ ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟସାମଗ୍ରୀର ଦର ମଧ୍ୟ ବଢ଼ିଯିବ । ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଭାରତରେ ପର୍ଯ୍ୟାପ୍ତ ମାତ୍ରାର ଅଶୋଧିତ ତେଲ ମହଜୁଦ ଅଛିୟ ଏହା ସତ୍ତ୍ୱେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଉତ୍ତେଜନା ଲାଗି ରହିବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଦର ଅଧିକ ଦିନ ଧରି ଉଚ୍ଚସ୍ତରରେ ରହିଲେ ଭାରତୀୟ ତେଳ କମ୍ପାନି ଗୁଡ଼ିକର ଆମଦାନୀ ଖର୍ଚ୍ଚ ବିଯିବୟ ସେମାନଙ୍କୁ ଉଭୟ ବୀମା ଏବଂ ପରିବହନ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୦ ଡଲାରରେ ପହଞ୍ଚିବା ଯାଏଁ ଭାରତରେ ସରକାରୀ ତେଲ କମ୍ପାନି ଗୁଡ଼ିକ ଖାଉଟିଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲଦି ନପାରନ୍ତି । କିନ୍ତୁ ଏହା ଉପରକୁ ଅଶୋଧିତ ତେଲ ଗଲେ ଦେଶରେ ପେଟ୍ରୋଲ, ଡିଜେଲ ଦର ବିବା ଆଶଙ୍କା ରହିଛି ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ କହିଛନ୍ତି ।
ଅଶୋଧିତ ତେଲ ଦରରେ ନିଆଁ: ପେଟ୍ରୋଲ, ଡିଜେଲ ସହ ଖାଦ୍ୟ ଦାମ ବଢ଼ିପାରେ
Next Post