ଅନ୍ତୋଦୟ ଆବାସ ପାଇଁ ବନ୍ଧା ପଡିଲା ରାସନ ଓ ଭତ୍ତା କାର୍ଡ,ମିଳି ପାରୁନି ଦ୍ଵିତୀୟ କିସ୍ତି ,ବିଡ଼ିଓ କହିଲେ ଶୀଘ୍ର ମିଳିବ

0 88
ଧର୍ମଗଡ : ବାବୁ  ମାଟି ଘର ଥିଲା ଭଲରେ ଚଲୁଥିଲୁ ପାଞ୍ଚ ପ୍ରାଣୀ କୁଟୁମ୍ବ  ନ ଥିଲା ଋଣ ଭାର ନା ବନ୍ଧକ କରିବାକୁ ପଡୁଥିଲା ଭତ୍ତା  ଓ ରାସନ କାର୍ଡ । ବ୍ଲକ ପ୍ରଶାସନ ଅନ୍ତୋଦୟ ଯୋଜନା ରେ ମୋତେ ଘର ଟିଏ ଦେଇଥିବାରୁ ଆମେ ଖୁସି ହୋଇଥିଲୁ ।ଝାଟିମାଟି ଘର ବଦଳ ରେ ଛାତ ଘରେ ରହିବାକୁ  ମନରେ ବେଶ ଖୁସି ଥିଲା। ଘର  ତିଆରି କରିବା ପାଇଁ ମିଳିଲା ପ୍ରଥମ କିସ୍ତି ରେ ୪୦ ହଜାର ଟଙ୍କା,ଝାଟି କୁଡିଆ କୁ ଭାଙ୍ଗି ନୂଆ କୋଠା ଘର ରେ ରହିବାର ସ୍ୱପ୍ନ ଦେଖି ଆଜି ମୁଁ ପର ଘର ର ଗୁହାଳ ରେ ବର୍ଷା ଦିନେ ବିତାଉଛି ଜୀବନ ବୋଲି କୋହ ଭରା କଣ୍ଠରେ ନିଜ ଦୁଃଖ ପ୍ରକାଶ କରିଛନ୍ତି  କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ଆମ୍ବପଡା ର ଭିନ୍ନକ୍ଷମ ହିତାଧିକାରୀଙ୍କ ଟିକେରାମ ପାଳି।
ଟିକେରାମ ଙ୍କ ପରିବାର କହିଲେ ସ୍ତ୍ରୀ ହେମମତି ଓ  ତିନି ପିଲା ଛୁଆ | ସ୍ତ୍ରୀ ହେମ ପରଘରେ ମୂଲ ଲଗି ଯାହା ମିଳେ ସେଥିରେ ଚାଲେ ତେଲଲୁଣ ର ସଂସାର ||ସରକାର ଙ୍କ ତରଫରୁ ଅନ୍ତୋଦୟ ଯୋଜନା ରେ ମିଳିଲା ଘର,ଝାଟିମାଟି କୁଡିଆ କୁ ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ସ୍ଵାମୀ ସ୍ତ୍ରୀ,ଅନ୍ତୋଦୟ  ଯୋଜନାରେ ପ୍ରଥମ କିସ୍ତି ରେ ମିଳିଲା ୪୦ ହଜାର ଟଙ୍କା ଘର ନିର୍ମାଣ ପାଇଁ ବାଲି, ସିମେଣ୍ଟ ଓ ଛଡ କିଣା ରେ ସରିଗଲା ପ୍ରଥମ କିସ୍ତି ଟଙ୍କା। ମିସ୍ତ୍ରୀ ଓ କୁଳିମଜୁରୀ ଦେବାକୁ ନିଜର ଶେଷ ସମ୍ବଳ ସୁନାଗହଣା ବିକ୍ରି କରିବା ସହ ରାସନ ଓ ଭତ୍ତା ବନ୍ଧକ ପକାଇଥିବା କହିଛନ୍ତି।
ଆଜକୁ ତିନି ମାସ ହେବ ପର ଘରେ ଆଶ୍ରିତ ହେବାକୁ ପଡୁଛି |ବର୍ଷା ମାସ ଆରମ୍ଭ ହୋଇ ଥିବାରୁ ଶୀଘ୍ର ଘର ତିଆରି କରିବା ପାଇଁ ଦ୍ଵିତୀୟ କିସ୍ତି ଟଙ୍କା ପାଇଁ ଚାହିଁ ରହିଥିଲେ ସୁଦ୍ଧା ତାହା ବି ମିଳି ପାରୁ ନାହିଁ |ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡି ଥିବା ଅଭିଯୋଗ କରିଛନ୍ତି ଟିକେରାମ। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ଏହି ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ଆସିନାହିଁ | ଯାହା ପାଇଁ ହିତାଧିକାରୀ ମାନେ ମୋ ପାଖକୁ ପ୍ରତିଦିନ ଅଭିଯୋଗ ନେଇ ଆସୁଥିବା କହିଛନ୍ତି,ତେବେ ଶୀଘ୍ର ତାଙ୍କ ଘର ନିର୍ମାଣ ର ଦ୍ଵିତୀୟ କିସ୍ତି ତାଙ୍କ ଏକାଉଣ୍ଟ ରେ ପଡିବ ବୋଳି କହିଛନ୍ତି।
Leave A Reply

Your email address will not be published.