ଅଗ୍ନିକାଣ୍ଡରେ ୨ ପରିବାରର ଘର ପୋଡ଼ି ନଷ୍ଟ

0 105
ଭଞ୍ଜନଗର, : ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ଅଧୀନ ଭୁରୁଡୁପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ଘର ପୋଡି ହୋଇଥିବା ଜଣାପଡିଛି। ଗ୍ରାମର ଧୋବା ଗୁରୁ ଓ ମଙ୍ଗୁଳୁ ଗୁରୁଙ୍କ ଘରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡି ଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ। ଭଞ୍ଜନଗର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘର ଭିତରେ ଥିବା ଚାଉଳ, ଲୁଗାପଟା, ବାସନକୁସନ ସମେତ ଅନ୍ୟାନ୍ୟ ଆସବାବପତ୍ର ପତ୍ର ପୋଡି ପାଉଁଶ ହୋଇଯାଇଛି। ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଗାଲେରୀ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଅଗ୍ନିକାଣ୍ଡରେ ସବୁ କିଛି ନଷ୍ଟ ହେବା ପରେ ଦୁଇ ପରିବାର ଅସହାୟ ହୋଇ ପଡିଛନ୍ତି। ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟବାସୀ ନିବେଦନ କରିଛନ୍ତି।
Leave A Reply

Your email address will not be published.