ବାରବଖରା ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ବିଆରସିସି ଙ୍କୁ ଦାବିପତ୍ର

0 125
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରବଖରା ପ୍ରାଥମିକ ବିଦ୍ୟାଳୟକୁ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୨୦୨୧ ମସିହାରେ ସ୍କୁଲ ବନ୍ଦ କରାଯାଇଛି। ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିକଟସ୍ଥ ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି।ବାରବଖରା ଠାରୁ ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟ ର ଦୂରତା ୨ କିମି ରୁ ଅଧିକ ଥିବାରୁ ଛାତ୍ରଛାତ୍ରୀ ମାନେ ଯିବା ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲିଆ ଓ ନିଛାଟିଆ ରାସ୍ତା ରେ ଅଭିଭାବକ ମାନେ ପିଲାଙ୍କୁ ଛାଡି ବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ବନ୍ୟଜନ୍ତୁ, ବୁଲା କୁକୁରଙ୍କ ଆକ୍ରମଣର ଭୟ ମଧ୍ଯ ରହିଛି। ଏହାକୁ ନେଇ ବୁଧବାର ବାରବଖରା ଗ୍ରାମର ବୈକୁଣ୍ଠ ମେହରା, ଗଗନ ମେହେରା,ରୋହିତ ମେହେରା, ନୃପ କେଶରୀ ଧରୁଆ,ଉଗ୍ରେସନ ଧରୁଆ,ରମେଶ ମେହେର ପ୍ରମୁଖ ଗ୍ରାମବାସୀ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ର ବିଆରସିସି ତୋଫାନ ମାଝୀ ଙ୍କୁ ସାକ୍ଷାତ କରି ସ୍କୁଲ ପୁଣି ଖୋଲିବାକୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।।ଏନେଇ ବିଆରସିସି ଙ୍କ ପ୍ରତିକ୍ରିୟା ନେବାରୁ ସିଆରସିସି ଙ୍କୁ ପଠାଇ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲା ଶିକ୍ଷା ବିଭାଗ କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।
Leave A Reply

Your email address will not be published.