ଚାରି ବାଘ ଛାଲ ଜବତ : ଚାରି ଅଭିଯୁକ୍ତ ଗିରଫ

207

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ମାଫିଆ ରାଜ ଚାଲୁଥିବା ବେଳେ ଆଜି ଆଉ ଏକ ବାଘ ଛାଲ ଚାଲାଣକାରୀ ରାକେଟକୁ ୱାଲଡ଼ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋର ଏକ ଟିମ୍ ଚଢ଼ଉ କରି ଚାରି ଗୋଟି ବାଘ ଛାଲ ଜବତ କରିବା ସହ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦକ୍ଷିଣ ବନଖଣ୍ଡ ଶାଗଡା ଅଂଚଳରୁ ତିନି ଗୋଟି ଚିତା ବାଘ ଓ ଗୋଟିଏ ମହାବଳ ବାଘର ଛାଲ ଜବତ କରିଛନ୍ତି ଏହି ଟିମ୍ ।

କ୍ରାଇମ ବୋର୍ଡ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଏହି ଟିମ୍ ରେ ନୂଆପଡା ଓ କଳାହାଣ୍ଡିର ବନ ଅଧିକାରୀ ମାନେ ସାମିଲ ଥିଲେ । ଟିମ୍ ବେପାରୀ ପରିଚୟ ଦେଇ ଅନ୍ତତଃ ରାଜ୍ୟ ବନ୍ୟଯନ୍ତୁ ସାମଗ୍ରୀ ଚୋରାଚାଳନା କାରି ଦଳର ପର୍ଦାଫାଶ କରିଛି । ଏହି ରାକେଟର ଚେର ଓଡିଶା, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗକୁ ଲମ୍ବିଥିବା ଜଣାପଡିଛି ।

Comments are closed.