ଚିଲିକା ବ୍ଲକରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ଖୋରଧା :- ଚିଲିକା ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋରଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ  ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l
                         
       ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ,  ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ, ଅରୁଣ କୁମାର ପଟ୍ଟନାୟକ,  ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ,  ଙ୍କ ଓ.ଏସ.ଡି , ରୋଷନ ଶତପଥୀ,ପୁରୀ ସାଂସଦ ଙ୍କ ପ୍ରତିନିଧି, ଦୀନବନ୍ଧୁ ସାହୁ, ସହକାରୀ ଜିଲ୍ଲା ପାଳ,ଅଭିଯୋଗ, ଭୁବନେଶ୍ଵରୀ କଅଁର , ଚିଲିକା ବ୍ଲକ ଉନ୍ନୟନ ଅଧିକାରୀ ପୁନମ ମହାପାତ୍ର, ତହସିଲଦାର କାହ୍ନୁ ଚରଣ ଘଡ଼ାଇ,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରମୁଖ  ଏହି  ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ  ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ l ଏହି ଶିବିର ରେ ମୋଟ ୫୩ ଗୋଟି ଅଭିଯୋଗ ହୋଇଥିବା ବେଳେ ତନ୍ମଧ୍ୟରୁ ୪୪ ଗୋଟି ବ ଅଭିଯୋଗ ବ୍ୟକ୍ତିଗତ ଏବଂ ୦୯  ଗୋଟି ଅଭିଯୋଗ  ସମୂହ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ୧୫ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିବାବେଳେ ଅନ୍ୟ  ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ଶିବିର ରେ  ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଯୋଗଦେଇଥିଲେ l
#socialservicereport #khordhaprasasana #janasunanisamilani #chilika #khordha #dumanikhabar
Comments (0)
Add Comment