ନୂଆଦିଲ୍ଲୀ,୨୩.୦୩: ଦେଶରୁ ହଟିଲା ମହାମାରୀ ଆଇନ। ଲଗାତର ଭାରତରେ କରୋନା ମାମଲା ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ ମାହାମାରୀକୁ ରୋକିବା ପାଇଁ ଲଗାଇଥିବା ସବୁ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ମାର୍ଚ୍ଚ ୩୧ ରୁ ସମସ୍ତ କରୋନା କଟକଣା ହଟାଯିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦୁଇ ବର୍ଷ ପରେ ଦେଶବାସୀ ଏହି ପ୍ରତିବନ୍ଧକରୁ ମୁକ୍ତି ପାଇବେ। ବର୍ତ୍ତମାନ କେବଳ ଦୁଇ ଗଜ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ। କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚ ୨୪ ରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅଧିନରେ ପ୍ରଥମଥର ପାଇଁ କରୋନା ଗାଇଡଲାଇନ୍ ଜାରି କରିଥିଲେ। ଏହାପରେ ଏବେ କରୋନା ଆକ୍ରନ୍ତଙ୍କ ସଂଖ୍ୟା କମିବାରକୁ ଏହାକୁ ବଦଳାଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ସେ କହିଛନ୍ତି ଯେ ୨୪ ମାସ ଧରି ବିପର୍ଯ୍ୟୟ ପରିଚାଳନା ଆଇନ ଅଧିନରେ ବିଭିନ୍ନ କ୍ଷମତା ବିକାଶ କରାଯାଇଥିଲା। ଏଥିମଧ୍ୟରେ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ, , ଚିକିତ୍ସା, ଟିକାକରଣ, ଡାକ୍ତରଖାନାର ବିକାଶ ଆଦି ଅନ୍ତର୍ଭୁକ୍ତ ରହିଥିଲା। ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡକୁ ନେଇ ସଚେତନତା କରାଇବା, କୋଭିଡ ରୋକିବା ପାଇଁ ଗାଇଡଲାଇନ ମାନିବା ପାଇଁ କୁହାଯାଇଥିଲା। ଅଜୟ ଭଲ୍ଲା ଚିଠିରେ ଆହୁରି ଲେଖିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ ମୁହାମାରୀ ପ୍ରତିବନ୍ଧକ ହଟାଇବା ପାଇଁ ନିଜ ସ୍ଥରରେ ପ୍ରୟାସ କରିଛନ୍ତି। ଗତ ୭ ସପ୍ତାହରେ କରୋନାର ନୂଆ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ମାର୍ଚ୍ଚ ୨୨ ରେ ଦେଶରେ ମୋଟ ସକ୍ରିୟ ମାମଲା ରହିଛି ୨୩ ହଜାର ୯୧୩। ବର୍ତ୍ତମାନ ଦୈନିକ ଆକ୍ରାନ୍ତ ହାର ୦.୨୮ ରହିଛି।