ସିଲିକନ୍‌ ସିଟିରୁ ଆସିବ ବଡ଼ ପୁଞ୍ଜି ନବୀନଙ୍କୁ ଭେଟିଲେ ୱିପ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର, ୨୭ା୯ (ଡିକେ ନ୍ୟୁଜ୍‌): ଦୁବାଇ, ନୂଆଦିଲ୍ଲୀ ଓ ମୁମ୍ବାଇ ପରେ ବେଙ୍ଗାଲୁରୁ । ବୁଧବାର ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ । ଏଥିନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁରେ ପହଞ୍ôଚଛନ୍ତି । ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ୱିପ୍ରୋ, ଇନ୍‌ଫୋସିସ୍‌, ଆସେଞ୍ଜୋୟର ଓ କଗ୍ନିଯାଣ୍ଟ ଭଳି ଆଇଟି କମ୍ପାନୀ ବୈଠକରେ ଭାଗ ନେବେ । ଓଡ଼ିଶାରେ ପୁଞ୍ଜିନିବେଶ ନେଇ କ’ଣ ସବୁ ସୁଯୋଗ ରହିଛି ସେ ନେଇ ବିଜିନେସ୍‌ ଲିଡରଙ୍କୁ ଅବଗତ କରାଇବେ । ଏହି ଅବସରରେ ଆସନ୍ତାକାଲି ଦିନ ୧୧ରୁ ଅପରାହ୍ନ ୧.୩୦ ଯାଏ ବିଜିନେସ୍‌ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବେ । ଇନ୍‌ଭେଷ୍ଟର୍ସ ମିଟ୍‌ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ । ତାଙ୍କ ସହିତ ୮ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେମାନେ ହେଲେ ଗୋଲ୍ଡେନ୍‌ ହାଚେରିଜ୍‌ ଲିମିଟେଡ୍‌ ଏମ୍‌ଡି ସୟେଦ ଫାହାଦ୍‌, ଏମଭିଏମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏମ୍‌ଡି ଏନ୍‌.ଭେଙ୍କଟ ରାଓ, ୯୧ ସ୍ପ୍ରିଙ୍ଗ ବୋର୍ଡ
କୋ ଫାଉଣ୍ଡର ବରୁଣ ଚାୱଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଏରୀ ନିର୍ଦ୍ଦେଶକ ଏଏମ୍‌ଏସ୍‌ ରେଡ୍ଡୀ, ନନ୍ଦି ପାୱାରଟ୍ରୋନିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଏଚ୍‌.ଏମ୍‌.ରାମକ୍ରିଷ୍ଣୟା, ନେଷ୍ଟୱେ ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମର୍ଲିନ୍‌ହକ୍‌ ଏରୋସ୍ପେଶର ନିର୍ଦ୍ଦେଶକ ଜେବି ଯୋଶେଫ ଆନ୍ଦ୍ରୋଥ, ଶ୍ରାବଣି ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଏନ.ପ୍ରଶାନ୍ତ ରାଓ । ଗତକାଲି ୫୦୦ରୁ ଊଦ୍ଧ୍ୱର୍ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ବେଙ୍ଗାଲୁରୁର ତାଜ ଆଣ୍ଡ ୱେଷ୍ଟ ହେଟେଲରେ ସନ୍ଧ୍ୟା ୬.୩୦ରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ୭ଟି ସେକ୍ଟର ସେଗୁଡ଼ିକ ହେଲା ଆଇଟି, ଇଲେକ୍ଟ୍ରୋନିକ୍ସ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଇ-ଭେହିକିଲ, ଅଟୋ ମୋବାଇଲ, ଏରୋସ୍ପେଶ ଓ ପ୍ରତିରକ୍ଷା । ଏସବୁ କ୍ଷେତ୍ରରୁ ପୁଞ୍ଜିନିବେଶ ଆଶା କରାଯାଉଛି । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଉକ୍ରୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବେ ନବୀନ । ରାଜ୍ୟ ସରକାର କେଉଁ ସୁବିଧା ଯୋଗାଇବେ ସେ ନେଇ ଅବଗତ କରାଇବେ । ପୂର୍ବରୁ ୨୦୧୬ ଏବଂ ୨୦୧୮ରେ ବେଙ୍ଗାଲୁରୁରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ହୋଇଥିଲା । ଏଥିରୁ ଆଇଟି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବାପାଇଁ ଆଶା କରାଯାଉଛି । ରାଜ୍ୟରେ ଦକ୍ଷ ମାନବ ସମ୍ବଳ, ରାଜନୈତିକ ସ୍ଥିରତା ଓ ପ୍ରଗତିଶୀଳ ନୀତି, ନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି । ମୁମ୍ବାଇ ଇନ୍‌ଭେଷ୍ଟର୍ସ ମିଟ୍‌ରୁ ବହୁ ନିବେଶ ସମ୍ଭାବନା ସୃଷ୍ଟି ହେବା ପରେ ବେଙ୍ଗାଲୁରୁକୁ ନେଇ ରାଜ୍ୟ ସରକାର ବେଶ୍‌ ଆଶାବାଦୀ ଅଛନ୍ତି । ଶିଳ୍ପମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ପ୍ରତିନିଧି ଦଳ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଉପସ୍ଥିତ ରହିବେ । ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ଓ ମ୍‌ମ୍ବାଇରେ ସଫଳତାର ସହ ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଆଜି ବେଙ୍ଗାଲୁରୁରେ ହୋଟେଲ ତାଜ ଆଣ୍ଡ ୱେଷ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ଶି ଳ୍ପପତିଙ୍କ ସହିତ ଓଡ଼ିଶାରେ କ’ଣ କ’ଣ ସବୁ ସୁବିଧା ରହିଛି ସେ ସମ୍ପର୍କରେ ବିଜିନେସ୍‌ ଟାଇକୁନ୍‌ଙ୍କୁ ଅବଗତ କରାଇବେ । ଓଡ଼ିଶା ଏବେ ନିବେଶକଙ୍କ ପୁଞ୍ଜିନିବେଶର ପ୍ରକୃଷ୍ଟ ସ୍ଥାନ ହୋଇପାରିଛି । ପୂର୍ବରୁ ଦୁଇଟି ସଫଳ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପରେ ରାଜ୍ୟରେ ତୃତୀୟ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ।

Comments (0)
Add Comment