ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପଦ୍ମଶ୍ରୀ ଫେରସ୍ତ ନେବି ନାହିଁ: ବଜରଙ୍ଗ ପୁନିଆ

Padmashri will not be returned until justice is done: Bajrang Punia

ନୂଆଦିଲ୍ଲୀ, ୨୫ା୧୨: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ମାନ୍ୟତା ରଦ୍ଦ ହେବା ପରେ କିମ୍ବଦନ୍ତୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବେ ନାହିଁ। ବଜରଙ୍ଗ ପୁନିଆ କହିଛନ୍ତି, ମୁଁ ପଦ୍ମଶ୍ରୀ ଫେରାଇ ନେବି ନାହିଁ। ନ୍ୟାୟ ମିଳିବା ପରେ ହିଁ ମୁଁ ଏ ବିଷୟରେ ଚିନ୍ତା କରିବି। ପ୍ରଥମେ ଆମକୁ ନ୍ୟାୟ ମିଳିବା ଦରକାର। ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ଭାବେ ବିବେଚିତ ସଞ୍ଜୟ ସିଂହଙ୍କୁ ଭାରତୀୟ କୁସ୍ତି ମହାସଂଘର ସଭାପତି ଭାବେ ନିର୍ବାଚିତ କରାଯିବା ପ୍ରତିବାଦରେ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଥିଲେ। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିଜର ପ୍ରତିବାଦ ପତ୍ର ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ। ତେବେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ବଜରଙ୍ଗ ଫୁଟପାଥ୍‌ରେ ଥିବା ଏକ ଚିଠି ଉପରେ ନିଜର ପଦ୍ମଶ୍ରୀ ପଦକ ରଖିଦେଇଥିଲେ। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ବିବୃତି ଜାରି କରି କହିଥିଲେ, ମୁଁ ମୋର ପଦ୍ମଶ୍ରୀ ସମ୍ମାନ ପ୍ରଧାନମନ୍ତ୍ରୀଙ୍କୁ ଫେରାଇ ଦେଉଛି। ଏହା କେବଳ ମୋର ଚିଠି। ଏହା ହେଉଛି ମୋର ବୟାନ। ଚିଠିରେ ପୁନିଆ ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ବିରୋଧ, କୁସ୍ତି ସଂଘ ନିର୍ବାଚନରେ ସଂଜୟ ସିଂଙ୍କ ବିଜୟ ଏବଂ ଜଣେ ମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରତିଶ୍ରୁତି ଏବଂ ପଦ୍ମଶ୍ରୀ ଫେରସ୍ତ କଥା କହିଥିଲେ।

#dumanikhabar#india#latestnews#news
Comments (0)
Add Comment