ଟିଟିଲାଗଡ : କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ ବଢ଼ାଇଥିଲେ, ତନ୍ମଧ୍ୟରୁ ଟିଟିଲାଗଡ ଲାୟଂସ କ୍ଲବ ଅନ୍ୟତମ । କୋଭିଡ ସଂକ୍ରମଣ ସମୟରେ ଆମ୍ବୁଲାନ୍ସ, ଅକ୍ସିଯେନ ଲୋକଙ୍କ ପାଖରେ ପହଞ୍ଚାଇଥିଲା । ଆଗାମୀ ଦିନରେ ସଂକ୍ରମଣ ଯଦି ବ୍ୟାପେ ସେଥିପାଇଁ ପୂର୍ବ ପ୍ରସ୍ତୁତି ଅନ୍ତର୍ଗତ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅକ୍ସିଜେନ କନସର୍ଣ୍ଣଟ୍ରେଟର ବ୍ୟାଙ୍କର ଲୋକାର୍ପଣ ଲାୟଂସ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ରାକେଶ ସିଂ ଓ କ୍ୟାବିନେଟ ସେକ୍ରେଟାରୀ କିରଣ ମେହେର କରିଥିଲେ । ଲାୟନ୍ସ କ୍ଲବ ସଭାପତି ଲାୟନ ଦୀପକ ପୃଷ୍ଟିଙ୍କ ସଭାପତିତ୍ବରେ ଟିଟିଲାଗଡ ସରକାରୀ ଡାକ୍ତରଖାନା ନିକଟରେ ଥିବା ଲାୟନ୍ସ୍ କ୍ଲବର ଡେନଠାରେ ଏହାକୁ ରଖାଯାଇଥିବା ଏବଂ ସ୍ଥାନୀୟ ଲୋକେ ଏହାର ସୁଯୋଗ ନେବାକୁ କ୍ଲବ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଥମ ଜିଲ୍ଲା ଗଭର୍ଣ୍ଣର ୱାଇ ପି ଗୋୟଲ୍, ସେକ୍ରେଟାରୀ ଆଶୀର୍ବାଦ ମହାପାତ୍ର, ଆଞ୍ଚଳିକ ଚେୟାରପର୍ସନ ବିନ୍ଦୁ ସାହୁ, କୋଷାଧ୍ୟକ୍ଷ ସଜନ କମାନି, ସଭ୍ୟ ଶମ୍ଭୁ ଗୋୟଲ୍ , ଲିଙ୍ଗରାଜ ସାହୁ, ମଦନ ମୋହନ ପୃଷ୍ଟି, ଭି ଏସ ରାଓ, ପି ଏମ ସି ସି ଶ୍ରୀ ସଞ୍ଜୟ ସାହୁ, ମାର୍କେଟିଂ ଚେୟରପର୍ସନ ଶ୍ରୀ ସଞ୍ଜୟ ନାୟକ, ବୀରବର ସାହୁ, ଅମିତ ଅଗ୍ରୱାଲ, ଉମେଶ ଅଗ୍ରୱାଲ, ଆବାସ ଖାନ, ରାମ ଗୋପାଲ ଚୌଧୁରୀ, ଗୋପାଲ ଲାଠ, ଈଶ୍ୱର ଜୈନ, ଶ୍ରୀକାନ୍ତ ଅଗ୍ରୱାଲ, ରାଧାକାନ୍ତ ବେହେରା, ଅସୀମ କୁଣ୍ଡୁ, ଲିଓ ପୁରୁଷୋତ୍ତମ ଅଗ୍ରୱାଲ, ସାହିଲ ମେମମ, ୟଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।