ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଦୁଇ ସ୍ତରୀୟ ବିପତ୍ତି କାଳୀନ ଅଭ୍ୟାସକୌଶଳ

ପାରାଦୀପ :- ଆଇଓସିଏଲ ପାରଦୀପ ତୈଳ ବିଶୋଧନାଗାର ପକ୍ଷରୁ ଏକ ୨ ସ୍ତରୀୟ ଅଭ୍ୟାସ କୌଶଳ ଜୁନ ୧୨ ତାରିଖ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ଏଥିରେ ତୈଳ ବିଶୋଧନାଗାର ର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ପରୀକ୍ଷା କରାଯାଇଥିଲା ।
                   
        ପାରାଦୀପ ରିଫାଇନେରୀ  ଅନୁରମାଦତି ଏମର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ପ୍ଲାନ (ଇଆରଡିଏମପି) ସମୀକ୍ଷକ ଙ୍କ ଉପସ୍ଥିତି ରେ  ଏହି ଅଭ୍ୟାସ କୌଶଳ ବା ମକ ଡ୍ରିଲ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମ୍ୟୁଚୁଆଲ ଏଡ୍ ସଂସ୍ଥାର ପ୍ରତିନିଧିମାରନ ଅଂଶଗ୍ରହଣ କରିଥିଲେ । ପାରାଦୀପ ରିଫାଇନେରୀର ପ୍ରଲିପ୍ରପିଲିନ (ପିପି) ୟୁନିଟ ରୁ ପ୍ରପିଲିନ ଲିକେଜ ହୋଇ ଅଗ୍ନିକାଣ୍ଡ ଘଟିଲେ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରିହେବ ତାହା ଉପରେ ଏହି ମକଡ୍ରିଲ୍ ଆଧାରିତ ଥିଲା। ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା  ଏବଂ  ପରିଚାଳନା ଯୋଜନାର ବ୍ୟବହାରିକ  ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡକି ସଠିକ ଭାବରେ ସମନ୍ବିତ କରାଯାଇଥିଲା  ଏବଂ ଏହାକୁ ସମସ୍ତ କତ୍ତୃପକ୍ଷ ପ୍ରଶଂସା କରିଥିଲେ l ଏହି ଅବସରରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ମୂଖ୍ୟ  କୌଶିକ ବସୁ ଙ୍କ ଅଧ୍ୟେତାରର ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l
#disastermanagementpractice #socialservice #paradip #dumanikhabar
Comments (0)
Add Comment