ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପ୍ରସଙ୍ଗ

ଗଜପତି ଜିଲ୍ଲା  ରାୟଗଡ଼ ବ୍ଲକ ଲାଇଲାଇ  ପଂଚାୟତ ର  କୁମୁଣ୍ଡା  ମୌଜ଼ା ରେ  ରାସ୍ତା,  ବ୍ରୀଜ଼ ଓ  ପିଇବା  ପାଣିର  ସମସ୍ୟା  ନେଇ  ‘ ଡୁମାଣୀ  ଖବର ‘  କାଗଜରେ  ବିସ୍ତୃତ  ଭାବେ  ଖବର  ପ୍ରକାଶ  ପାଇବା ପରେ  ଜଣା ପଡିଥିଲା କି  ଉକ୍ତ  ରାସ୍ତା  ଓ  ବ୍ରୀଜ଼  କାମ  ସକାଶେ  2023  –  24   ଆର୍ଥିକ  ବର୍ଷରୁ  ଦୁଇଟି  ଭିନ୍ନ  ଭିନ୍ନ  ଫାଇଲ   ଖୋଲିଦେଇ  ଚୁପ  ବସିଥିଲା  ବ୍ଲକ  ପ୍ରଶାସନ  କିନ୍ତୁ  ଏପଟେ  ଜନସାଧାରଣ  ଯେଉଁ   ଅସୁବିଧାକୁ  ସେହି ଅସୁବିଧା  ଭୋଗୁଥିଲେ  ।  ଜିଲ୍ଲାପାଳ ଙ୍କୁ  ଜଣାଇ ମଧ୍ଯ  କୌଣସି  ସୁଫଳ  ମିଳିଲା  ନାହିଁ  ତେଣୁ  ଶେଷରେ  ମୁଖ୍ୟମନ୍ତ୍ରୀ ଙ୍କୁ  ଗୁହାରି   କରିବାକୁ  ଅଞ୍ଚଳବାସୀ  ନିଷ୍ପତ୍ତି  ନେଇଥିବା  ଖବର  ପ୍ରକାଶ  ପାଇବା  ସହ   ବ୍ଲକ ପ୍ରଶାସନ  ଜନ ସାଧାରଣ ଙ୍କୁ  କିପରି   ସେବା  ଯୋଗାଉଛି   ଜଣାପଡିବା  ପରେ  ବ୍ଲକ  ପ୍ରଶାସନର  କୁମ୍ଭକର୍ଣ୍ଣ  ନିଦ  ଭାଙ୍ଗିଥିଲା  ଏବଂ  ତତ୍ପରତା  ଦେଖାଇ  ଉକ୍ତ ଗ୍ରାମକୁ  ଜେଇ  ଦୌଡିଯାଇ  କିଛି  ମୁଖିଆଙ୍କୁ  ଭେଟି  ଜଲଦି  କଜୱେ  କାମ  ଆରମ୍ଭ  କରିବାକୁ  ଅନୁରୋଧ  କରିଥିଲେ ,  ଯାହାକି  ବର୍ତମାନ  କାମଟି  ଆରମ୍ଭ  ହୋଇଥିବା  ଦେଖିବାକୁ  ମିଳିଛି ।  ତେବେ   ମାତ୍ର କଜୱେ  କାମଟି  ଆରମ୍ଭ  ହୋଇଛି ,  ରାସ୍ତା କାମ  କଥା  ଜଣା ପଡିନଥିବା  କହିଛନ୍ତି ।  ତେବେ  ବ୍ଲକ  ପ୍ରଶାସନ  କେଉଁଥିପାଇଁ   ଏକବର୍ଷ  ହେଲା  ଫାଇଲ  ଖୋଲି  ଚୁପ  ବସିଥିଲା  ଜଣାପଡ଼ିନାହିଁ

Comments (0)
Add Comment