ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଅଭିନବ ପ୍ରୟାସ

ଫୁଲ ଚାଙ୍ଗରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା
ସମ୍ବଲପୁର:-ଆଦର୍ଶ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଜିଲ୍ଲା ବରିଷ୍ଠ ନାଗରିକ ଙ୍କ ସହଯୋଗରେ ଜିଲ୍ଲାର ସାତଟି ବ୍ଲକର ୧୨୬ ଜଣ ସ୍ୱେଛାସେବୀ ମାନଙ୍କୁ ଚିନ୍ହଟ କରି ସେମାନଙ୍କ ମାଧ୍ୟମରେ ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଅଭିନବ ପ୍ରୟାସ କରାଯାଇଛି।ଶନିବାର ମଧ୍ୟାହ୍ନରେ ସମ୍ବଲପୁର ଜିଲ୍ଲା ପରିଷଦ କକ୍ଷଠାରେ ସରକାରୀ ଯୋଜନା ବିଷୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବରିଷ୍ଠ ନାଗରିକ ସଭ୍ୟ ପ୍ରଫୁଲ କୁମାର ହୋତା, ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରୱାଲ,ରତ୍ନ ଭୂଷଣ ପୃସେଠ, ପ୍ରଦିପ କୁମାର ପଣ୍ଡା, ରାଜେନ୍ଦ୍ର ସତନାମୀ, ଏବିସିଡି ଚାରିଟେବୁଲ ଟ୍ରଷ୍ଟ ଏବଂ ଜୁହାର ପରିବାର ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ ।
           ଉକ୍ତ  ଶିବିରରେ ଜିଲ୍ଲା ପରିଷଦ ର ସିଡିଓ ତଥା ଇଓ  ପ୍ରସନ୍ନ କୁମାର ପାତ୍ର ଯୋଗଦେଇ ତାଲିମ ଶିବିର ଉଦଘାଟନ କରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଇଥିଲେ । ପ୍ରାରମ୍ଭରେ ଆଦର୍ଶ ସମ୍ପାଦକ  ପ୍ରଦୀପ କୁମାର ବେହେରା ପରିବର୍ତ୍ତନ ର ବାହକଙ୍କର ଭୂମିକା ଏବଂ ଦାୟିତ୍ବ ବିଷୟରେ ବୁଝାଇବା ସହିତ ଆଦର୍ଶର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ।ଏହି ତାଲିମ ଶିବିରରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ସରକାରୀ ବିକାଶମୂଳକ ଯୋଜନା ବିଷୟରେ ଅବଗତ କରାଇଥିଲେ।ଏମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ର ଯୋଜନା ଅଧିକାରୀ ଶ୍ରୀମତୀ ସୁଭାଷିନୀ ପଟେଲ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌର ଚନ୍ଦ୍ର ପାଣି, ଏଲଡ଼ିଏମ ବାଙ୍କ ଅକାରୀ ଦେବ କିଶୋର ନାୟକ, ଉତ୍କର୍ଷ ନେଚର ଭିଲେଜର  ସିତୀକାନ୍ତ ବେହେରା, ସାର୍କ ର  ଅଶୋକ ପାଣିଗ୍ରାହୀ, ପରିଚୟର ବିପିନ ବିହାରୀ ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅନ୍ୟତମ ସଦସ୍ୟ  ଡା ରାଜାରାମ ଷଡ଼ଙ୍ଗୀ ଏବଂ ଓଡିଶା ଜୀବିକା ମିଶନ ଓରମାସର ଶ୍ରୀମନ୍ତ ହୋତା ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ବିଷଦ ଭାବରେ ବୁଝାଇ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଏହି ସେବା ଲୋକଙ୍କ ପାଖରେ ପହଞ୍ଚାଇ ଜନତାଙ୍କ ମୁହଁରେ ହସ ଆଣିବାକୁ ସ୍ବେଛାସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ।
         ଏହାକୁ ବରିଷ୍ଠ ସାମ୍ବାଦିକ ପ୍ରଫୁଲ କୁମାର ଦାସ ଏବଂ  ତାପସ କୁମାର ଦାସ ମିଳିତ ଭାବେ ସଂଯୋଜନା  କରିଥିଲେ।ସର୍ବଶେଷରେ ବରିଷ୍ଠ ନାଗରିକ ସଭ୍ୟ  ରାଜେନ୍ଦ୍ର କୁମାର ପଣ୍ଡା ତାଲିମର ସମସ୍ତ ସାରାଂଶକୁ ପୁନରାବୃତ୍ତି କରି ଏହି ଶିବିରର ବାସ୍ତବତା ପ୍ରକୃତ ହିତାଧିକାରୀଙ୍କ ଠାରେ ପହଞ୍ଚାଇବାକୁ ଶିବିରାର୍ଥୀ ମାନଙ୍କୁ ଶପଥ ପାଠ କରାଇ ଶେଷରେ ଧନ୍ୟବାଦ ଦେଇଥିଲେ।
#socialservicereport #sambalpur #odisha #dumanikhabar
Comments (0)
Add Comment