ମା\’ ବୁଢ଼ା ଠାକୁରାଣୀ ମାଆଙ୍କ ପାଖରେ ନାହିଁ ଭେଦଭାବ

0 153

ବ୍ରହ୍ମପୁର, : ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପରମ୍ପରାରେ ନାହିଁ ଜାତି ଭେଦଭାବ । ମାଆଙ୍କ ନୀତିକାଠି ଓ ସେବାରେ ସମର୍ପିତ ବହୁ ପରିବାର ଓ ଜାତି । କେହି ଅସ୍ଥାୟୀ ମଣ୍ଡପ ତିଆରି କରେ ତ କେହି ବାଜା ବଜାଏ । କେହି ଘଟ ତିଆରି କରେ ତ, କେହି ସେଥିରେ ଚିତ୍ର ଆଙ୍କୁଥାଏ । ଏହି ପରି ମାଆଙ୍କ ଯାତ୍ରାରେ ୨୨ରୁ ଅଧିକ ଜାତିର ଲୋକ ସେବା ଯୋଗାଉଛନ୍ତି । ସଂସ୍କୃତି ଗବେଷକ ତ୍ରିପତି ନାୟକ କହିଛନ୍ତି, ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଦେଶୀ ବେହେରାଙ୍କ ଦାଣ୍ଡ ସାମ୍ନାରେ ପୃଷ୍ଟି ପରିବାରର ସହଯୋଗରେ ଶୁଭଖୁଣ୍ଟି ପୋଡା ହୋଇଗଲା ପରେ ପରେ ଯାତ୍ରାର ମୁଖ୍ୟ ପୁରୋଧା ବିଭିନ୍ନ ବର୍ଗର ଲୋକଙ୍କୁ ଦାୟିତ୍ୱ ଦେଇଥାନ୍ତି । ଯେମିତି ଚଉଦ ଖଣ୍ଡ ଚାବୁକ ଆଣି ଅସ୍ଥାୟା ମନ୍ଦିର ତିଆରି ପାଇଁ ମହାରଣାଙ୍କୁ ଦାୟିତ୍ୱଦେବା ବେଳେ ବାଲ୍ମୀକି ଦାସ କୁଳର ଅବିବାହିତ କନ୍ୟାମାନେ ଗେରୁ ଓ ଝୋଟି ପକାଇବା ଦାୟିତ୍ୱ ବହନ କରବା । କୁମ୍ଭକାର ବୁଢ଼ୀ ମା\’ଙ୍କ ଘଟ ତିଆରିରେ ନିୟୋଜିତ ହେଉଥିବା ବେଳେ ଚିତ୍ରକର
ପରିବାର ଘଟ ଉପରେ ଚିତ୍ର ଅଙ୍କନ କରିଥାନ୍ତି । ଇଟାମଳା ଫୁଲ ଓ ଫୁଲ ଟାହିଆ ରାଉଳ ପରିବାରର ଦାୟିତ୍ୱ ରହୁଥିବା ବେଳେ ମେଦିରିମାନେ ବାଉଁଶର ତାଟ ତିଆରି କରିଥାନ୍ତି, ଯେଉଁ ତାଟରେ କି ଯାତ୍ରାର ପ୍ରଥମ ଦିନ ଆଜ୍ଞାମାଳ ଆସିଥାଏ । ହରିଜନ ମା\’ଙ୍କ ପ୍ରିୟ ଚାଙ୍ଗୁ ବାଦ୍ୟ ବଜେଇବା ବେଳେ ବୀର କାହାଳୀ ମହାପାତ୍ର ପରିବାର ବଜେଇ ଥାଆନ୍ତି । ବୁଢ଼ୀ ମା\’ ସାଆନ୍ତାଣୀ ସନ୍ଧ୍ୟା ବେଳେ ସାହି ବୁଲିବାକୁ ବାହାରନ୍ତି, ରଜକ ପରିବାର ମା\’ଙ୍କ ଆଗେ ଆଗେ ଲୁଗା ବିଛେଇ ଦିଅନ୍ତୁ । ଦଳେଇ ବଂଶଜ ମା\’ଙ୍କ ପାଶେ ପାଶେ ରୁହନ୍ତି । ଅସ୍ଥାୟୀ ମନ୍ଦିରରେ ଦାମଲା ପୂଜକ ପୂଜା ଦାୟିତ୍ୱ ନେଉ ଥିବା ବେଳେ କୁମୁଟି ମହାଜନ ମାଉସୀ ଘର । ମୋଳି ବଂଶ ଭାଇ ହୋଇ ଶେଷ ଦିନ ବୁଢ଼ୀ ମା\’ଙ୍କ ଭାର ବୋହି ନିଏ । କଂସାରୀ ଓ ଖଡ଼ୁରା ବୁଢ଼ୀ ମା\’ଙ୍କ ପିତ୍ତଳ ଘଟ ଯୋଗାଇଥାନ୍ତି । ଘଟ ଉପରେ ଏକ ଧନୁ ଓ କାଣ୍ଡ ରହେ, ତାହାକୁ ରଙ୍ଗୁଣି ଜାରି ତିଆରି କରୁଥିବା ବେଳେ ବୁଢ଼ୀ ମା\’ଙ୍କ ଅତି ପ୍ରିୟ ମୁଆଁ ତିଆରି ଦାୟିତ୍ୱ ବହନ କରନ୍ତି ଲିଆରି ଓ ଗୁଡିଆ ସମାଜ । ବାରିକ ବଂଶ ମା\’ଙ୍କ ପୂଜକ ତ, ବାପାଘର ଦେଶୀବେହେରା ହେଲେ ଚେରା କୁଳର । ସିଦ୍ଧାତା ପରିବାର ଯାତ୍ରାର ତୀଥି ନକ୍ଷତ୍ର ଗଣନା କରିଥାନ୍ତି । ମା\’ ବୁଢ଼ା ଠାକୁରାଣୀଙ୍କ ପାଶରେ ଜାଣିଏ ବି ବାଛ ବିଚାର ନାହିଁ ।

Leave A Reply

Your email address will not be published.