ଭୁବନେଶ୍ୱର,: ଏବେ ରାଜ୍ୟର ବନ୍ଦର କ୍ଷେତ୍ରକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ନୂଆ ରୋଡ଼ମ୍ୟାପ୍ ଉପରେ କାର୍ଯ୍ୟ କରୁଛନ୍ତି ।
ଏଥର ରାଜ୍ୟ ବଜେଟରେ ବନ୍ଦର ବିକାଶ ଲାଗି ୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଭଳି ସ୍ଥିତିରେ ନୌପରିବହନ କ୍ଷେତ୍ରରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ରାଜ୍ୟ ଦ୍ୱାରା ପାଲଟିବାରରେ ସମ୍ଭାବନା ରଖୁଛି । ଯାହା ବନ୍ଦର ଭିତ୍ତିକ ବିକାଶ
କ୍ଷେତ୍ରରେ ରାଜ୍ୟ ଲାଗି ନୂଆ ସୁଯୋଗ ଆଣିବ ଆଣିବ ବୋଲି ଆଶା କରାଯାଉଛି । ରାଜ୍ୟର ଇଞ୍ଚୁଡ଼ି ଏବଂ ବାହୁଦାରେ ନୂଆ ବନ୍ଦର ଆସିବାକୁ
ଯାଉଛି । ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଛି । ସୁବର୍ଣ୍ଣରେଖା ବନ୍ଦର ମଧ୍ୟ ଏକ ପ୍ରମୁଖ ବନ୍ଦର ଭାବେ ଉଭା ହେଉଛି । ଏହାକୁ ଦେଖିଲେ ଏହି ବନ୍ଦରଗୁଡ଼ିକ ରାଜ୍ୟର ରପ୍ତାନି ଏବଂ ଆମଦାନିର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଇଛି । ଓଡ଼ିଶାର ବନ୍ଦରଗୁଡ଼ିକରୁ ଚୀନ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଦକ୍ଷିଣକୋରିଆ ଏବଂ ଜାପାନ ଭଳି ଦେଶଗୁଡ଼ିକ ସହ
କାରବାରକୁ ଆହୁରି ଦୃୀକରଣ ଲକ୍ଷ୍ୟ ରଖାଯାଇଛି । ଇଣ୍ଟରନ୍ୟାସନାଲ ଟ୍ରେଡ୍ ସେଣ୍ଟର ଡାଟା ମୁତାବକ, ୨୦୨୩- ୨୪ରେ ପୂର୍ବ, ଦକ୍ଷିଣ ଏସିଆ ଏବଂ ପାସିଫିକ ଅଞ୍ଚଳ ସହ ଦେଶର ମୋଟ କାରବାର ୩୩୬ ବିଲିୟନ ଡଲାର ରହିଛି । ଏହା ମଧ୍ୟରେ ରପ୍ତାନି ୧୦୮.୩ ବିଲିୟନ ଡଲାର ଏବଂ ଆମଦାନି ୨୫୪.୬ ବିଲିୟନ ଡଲାର । ଏହି ସମୟରେ ଓଡ଼ିଶାର ମର୍ଚ୍ଚାଣ୍ଡାଇଜ ରପ୍ତାନି ୧୨ ବିଲିୟନ ଡଲାର ରହିଛି । ଚୀନ ସହ ଦେଶ ୧୩୮ ବିଲିୟନ ଡଲାରର କାରବାର କରିଥିବା ବେଳେ ଇଣ୍ଡୋନେସିଆ ୩୧ ବିଲିୟନ ଡଲାର, ଅଷ୍ଟ୍ରେଲିଆ ୨୬.୩, ଜାପାନ ୨୩.୮
ଏବଂ ଦକ୍ଷିଣ କୋରିଆ ୨୫.୯ ବିଲିୟନ ଡଲାରର କାରବାର ଭାରତ ସହ କରୁଛି । ଏହି ସବୁ ଦେଶ ଗୁଡ଼ିକ ସହ ବିବିଧ ବର୍ଗର ସାମଗ୍ରୀ ରପ୍ତାନି ଆମଦାନି ହେଉଥିବା ବେଳେ ରାଜ୍ୟର ବନ୍ଦର ଗୁଡିକ ଲାଗି ଏହା ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି । ରାଜ୍ୟର ପାରାଦୀପ
ବନ୍ଦରରୁ ପାମ ଅଏଲ ଏବଂ ଫ୍ରାକ୍ସନ, ଲୌହ, ଇସ୍ପାତ, ଷ୍ଟେନଲେସ୍ ଇସ୍ପାତ, ଆଲୁମିନିୟମ ଅକ୍ସାଇଡ, ହାଇଡ୍ରୋକ୍ସାଇଡ, ଆଲୁମିନିୟମ ଅକ୍ସାଇଡ, ଆଲୁମିନିୟମ ଆର୍ଟିକିଲସ ଏବଂ ଫ୍ଲାଟ ଓ ରୋଲ୍ ପ୍ରଡକ୍ଟ ଆମଦାନି ରପ୍ତାନି ହେଉଛି । ପାରାଦୀପ ରାଜ୍ୟର ଏକ ମାତ୍ର ପ୍ରମୁଖ ବନ୍ଦର । ସାରା ଦେଶରେ ଏହା ୮ମ ବୃହତ୍ ବନ୍ଦର ହୋଇଥିବା ବେଳେ ପୂର୍ବତଟରେ ପ୍ରମୁଖ ବନ୍ଦର । ଦକ୍ଷିଣ ଏସୀୟ ଦେଶ ଭିଏତନାମ, କାମ୍ବୋଡିଆ, ଲାଓସ ଏବଂ ଇଣ୍ଡୋନେସିଆ ଭଳି ସ୍ଥାନଗୁଡିକୁ ଏଠାରୁ ନୌପରିବହନ ଦୃଢ଼ୀକରଣ କରାଯାଇପାରିବ । ୨୦୨୩-୨୪ରେ
ପାରାଦୀପ ବନ୍ଦର ୧୪୫.୪ ନିୟୁତ ମେଟ୍ରିକ ଟନ୍ କାର୍ଗୋ ପରିଚାଳନା କରିଛି । ୨୦୧୭-୨୮ ପରଠୁ ଏଥିରେ ବାର୍ଷିକ ୬.୧% ହାରରେ
ବୃଦ୍ଧି ହେଉଛି । ୨୦୨୪-୨୫ରେ ୧୦୦ ଦିନରେ ରେକର୍ଡ ୪୧.୧ ନିୟୁତ କାର୍ଗୋ ପରିଚାଳନା କରିବାକୁ ଏହି ବନ୍ଦର ସକ୍ଷମ ହୋଇଥିଲା ।
ପାରାଦୀପ ବନ୍ଦରରୁ ରପ୍ତାନି ଗତ ୫ ବର୍ଷରେ ୪୩.୬%କୁ ବଢ଼ିଛି । ରାଜ୍ୟର ୩ ପ୍ରମୁଖ ବନ୍ଦର ୨୦୦ ମେଟ୍ରିକ ଟନ୍ରୁ ଊର୍ଦ୍ଧ୍ୱ ସାମଗ୍ରୀ ପରିବହନ କରିଛନ୍ତି । ରପ୍ତାନି ଏବଂ କାର୍ଗୋ ପରିଚାଳନା କ୍ଷେତ୍ରରେ କୋଇଲାର ଅଂଶ ସର୍ବାଧିକ ୪୫% ରହିଛି । ୨୦୨୩- ୨୪ରେ ଗୋପାଳପୁର ବନ୍ଦର ୧୧.୪ ନିୟୁତ ଟନ୍ କାର୍ଗୋ ପରିଚାଳନା କରିଛି । ଏହି ବନ୍ଦରକୁ ମଲ୍ଟି କାର୍ଗୋ ପରିଚାଳନା ପୋର୍ଟ ଭାବେ ବିକଶିତ
କରିବା ସହ ଏହାର କ୍ଷମତାକୁ ୫୦ ନିୟୁତ ଟନ୍କୁ ବଢ଼ାଇବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେହିଭଳି ଏହି ଅବଧିରେ ଧାମରା ପୋର୍ଟ ୪୨.୭ ନିୟୁତ ମେଟ୍ରିକ ଟନ୍ କାର୍ଗୋ ପରିଚାଳନା କରିଛି । ଏହି ବନ୍ଦରର କ୍ଷମତା ୪୫ ନିୟୁତ ଟନ୍ ରହିଛି । ଏନ୍୫ ଏବଂ ୬୪ ବାଦ ରାଜ୍ୟରେ
୨୦୨୩ ସୁଦ୍ଧା ୬ ଜାତୀୟ ରାଜପଥ କାର୍ଯ୍ୟକ୍ଷମ ହେବ । ଏହାଦ୍ୱାରା ନୌପରିବହନ କାର୍ଯ୍ୟକଳାପ ଆହୁରି ଦୃଢ଼ ହେବ ବୋଲି ରିପୋର୍ଟରେ କୁହାଯାଇଛି ।
ବନ୍ଦର ଭିତ୍ତିକ ଅଭିବୃଦ୍ଧିର ବଡ଼ ସମ୍ଭାବନା
Prev Post