ନିରୀର ଗବେଷଣା:ଗଙ୍ଗା ଜଳରେ ରହିଛି ସ୍ୱଶୁଦ୍ଧିକରଣର ଅଦ୍ୱିତୀୟ କ୍ଷମତା

0 74

ନାଗପୁର,: ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ସମୟରେ ପ୍ରତିଦିନ କୋଟି କୋଟି ଲୋକ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଜଳ ପ୍ରଦୂଷଣ ଓ ଜଳ ଗୁଣବତ୍ତା ପ୍ରସଙ୍ଗରେ ଅନେକ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଜାତୀୟ ପରିବେଶ ପ୍ରଯୁକ୍ତବିଦ୍ୟ ଗବେଷଣା ପ୍ରତିଷ୍ଠାନ (ନିରୀ)ର ଗବେଷଣାରେ ଗଙ୍ଗାର ପାଣିରେ ସ୍ୱୟଂ ଶୁଦ୍ଧ କରୁଥିବା ଗୁଣ ଥିବାର ପ୍ରମାଣ ମିଳିଛି । ଏହି ଗୁଣ ଗଙ୍ଗାଜଳର ଶୁଦ୍ଧତାକୁ ବଜାୟ ରଖୁଛି । ନିରୀ ଏ ସଂପର୍କରେ ନିଜର ଏକ ରିପୋର୍ଟ ମହାକୁମ୍ଭ ପୂର୍ବରୁ ହିଁ ୨୦୨୪ ଡିସେମ୍ବରରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା । ନିରୀର ଏକ ସ୍ୱତନ୍ତ୍ର ଟିମ୍ ଗତ ୧୨ ବର୍ଷରୁ ଗୋମୁଖ ଓ ଗଙ୍ଗାସାଗର ମଧ୍ୟରେ ଗଙ୍ଗାଜଳର ଅଧ୍ୟୟନ କରୁଛି । ଏହି ଗବେଷଣାରେ ଗଙ୍ଗାଜଳରେ କିଛି ଏଭଳି ବିଶେଷ ଗୁଣର କାରଣ ସ୍ୱୟଂକୁ ଶୁଦ୍ଧ ରଖିବାର କ୍ଷମତା ରହିଛି । ଯଦି
ଗଙ୍ଗାଜଳକୁ ନିରନ୍ତର ବୋହିବାକୁ ଦିଆଯାଏ,ତେବେ ଗଙ୍ଗାଜଳରେ ଥିବା ଉଚ୍ଚ ଅକ୍ସିଜେନ ସାମଗ୍ରୀ କୂଳରେ ଥିବା ବନସ୍ପତିରୁ ମିଳୁଥିବା ଜଳରେ ମିଶିଯାଉଥିବା ଟେରପିନ, ସ୍ୱତନ୍ତ୍ର ବ୍ୟାକ୍ଟେରିଆ ଓ ଗଙ୍ଗାର ଜଳ ଥିବା ତଳଛଔ, ଏହାର ପ୍ରବାରକୁ କିଛି କିଲୋମିଟର ଭିତରେ ଗଙ୍ଗାଜଳକୁ ପୁନଃ ଶୁଦ୍ଧ କରିଥାଏ । ଏ ସଂପର୍କରେ ନିରୀ ନିଜର ଏକ ରିପୋର୍ଟ
୨୦୨୪ ଡିସେମ୍ବରରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା । ଏ ସଂପର୍କରେ ନିରୀର ଗବେଷଣା ଟିମର ମୁଖ୍ୟ ଡ.କୃଷ୍ଣା ଖୈରନାର କହିଛନ୍ତି ଯେ, ଗଙ୍ଗାର ।ଣି ଅନ୍ୟ ନଦୀ ତୁଳନାରେ ସ୍ୱଚ୍ଛ ହେବାର ଚାରି ମୁଖ୍ୟ କାରଣ ରହିଛି । ପ୍ରଥମ କାରଣ ଏହା ଯେ, ଗଙ୍ଗା ପାଣିରେ ମିଶିଥିବା ଅକ୍ସିଜେନ ଅନ୍ୟ ନଦୀ ତୁଳନାରେ ବହୁତ ଅଧିକ ଅଟେ । ଗଙ୍ଗା ନଦୀ ହିମାଳୟର ଅତ୍ୟନ୍ତ ଉଚ୍ଚ ସ୍ଥାନ ତଥା ଅତ୍ୟନ୍ତ କମ୍ ତାପମାନ ଥିବା ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ଅତ୍ୟନ୍ତ କମ୍ ତାପମାନ କାରଣରୁ ଗଙ୍ଗା ଜଳରେ ମିଶିରହିଥିବା ଅକ୍ସିଜେନର ମାତ୍ରା ଅଧିକ ଥାଏ, ଏହାର ପରିଣାମ ସ୍ୱରୂ ଗଙ୍ଗାର ପାଣି ଶୁଦ୍ଧ ରହିଥାଏ । ସେ କହିଛନ୍ତି ଯେ, ଦ୍ୱିତୀୟ କାରଣ ଏହା ଯେ, ଗଙ୍ଗା କୂଳର ପ୍ରାକୃତିକ ଚାରା ଓ ଗଛ ବହୁ ପରିମାଣର ଟରନ୍ସେ ଉତ୍ସର୍ଜିତ କରିଥାନ୍ତି ଏବଂ ଏହି ଟରପେନ୍ସ ଗଙ୍ଗାର ପାଣିକୁ ଶୁଦ୍ଧ ରଖିଥାଏ । ତୃତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା
ଯେ, ଗଙ୍ଗାଜଳରେ ଥିବା ବ୍ୟାକ୍ଟିରିୟୋଫେଜ ବ୍ୟାକ୍ଟେରିଆର ପ୍ରାକୃତିକ ଶତ୍ରୁ ଅଟେ ଏବଂ ଏହା ଗଙ୍ଗାଜଳକୁ ବ୍ୟାକ୍ଟେରିଆ ମୁକ୍ତ ରଖି ଏହାକୁ ଶୁଦ୍ଧ କରିଥାଏ । ଡ.ଖୈରନାର କହିଛନ୍ତି ଯେ, ଗଙ୍ଗାଜଳର ଶୁଦ୍ଧତାର ଆଉ ଏକ କାରଣ
ହେଉଛି ଯେ, ଗଙ୍ଗା ନଦୀର ତଳେ ଥିବା ଅତି ସୂକ୍ଷ୍ମ ପଥର, କଣିକା ବହୁଥିବା ଗଙ୍ଗାଜଳକୁ ଶୁଦ୍ଧ କରିବା ପାଇଁ ଛାଣିବାର କାମ କରିଥାଏ । ଯେତେବେଳେ ଗଙ୍ଗା ପାଣି ବହିଥାଏ ସେତେବେଳେ କଣିକା ପାଣିର ବେଗ ସହିତ ଗତିମାନ ରହିଥାଏ ଏବଂ ଗଙ୍ଗାଜଳକୁ ଶୁଦ୍ଧ କରିଥାଏ । ସେ କହିଛନ୍ତି ଯେ, ଯେଉଁଠାରେ ଗଙ୍ଗାର ପ୍ରବାହର ଗତି କମ ହୋଇଥାଏ ସେଠାରେ ଥିକା କଣିକା, ପଥର ଗଙ୍ଗା ପାଣିକୁ ଶୁଦ୍ଧ କରିବାର କ୍ଷମତା କମିଯାଇଥାଏ । ଏହି ସମସ୍ତ ଗୁଣ କାରଣରୁ ଯେତେବେଳେ ଗଙ୍ଗାଜଳ ମାନବୀୟ ଉପଯୋଗ ଓ ବିଭିନ୍ନ ମାନବୀ ଗତିବିଧି କାରଣରୁ ପ୍ରଦୂଷିତ ହୋଇଥାଏ ତଥାପି
ଗଙ୍ଗାଜଳ କିଛି ଦୂର ପ୍ରବାହିତ ହେବା ପରେ ମିଶିରହିଥିବା ଅକ୍ସିଜେନ, ଟେରପିନ, ବ୍ୟାକ୍ଟିରିୟୋଫେଜ ଓ କଣିକା କାରଣରୁ ଏହା ସ୍ୱଂୟ ଶୁଦ୍ଧ ହୋଇଥାଏ । ଡ. ଖୈରନାର କହିଛନ୍ତି ଯେ, ନିରୀର ଏହି ଅଧ୍ୟୟନ ୨୫୧୦ କିଲୋମିଟର ଦୀର୍ଘ ଗଙ୍ଗାନଦୀକୁ ତିନି ଭାଗରେ ବିଭକ୍ତ କରି କରାଯାଇଛି । ପ୍ରଥମ ଭାଗ ଗୋମୁଖରୁ ହରିଦ୍ୱାର, ଦ୍ୱିତୀୟ ଭାଗ ହରିଦ୍ୱାରରୁ ପାଟଣା ଓ ତୃତୀୟ ପାଟଣାରୁ ଗଙ୍ଗାସାଗର ଯାଏ ରହିଛି । ପ୍ରାୟ ୧୫୫ ଘାଟରୁ ହଜାର ହଜାର ପାଣିର ନମୁନା ନିଆଯାଇଥିଲା । ବିଭିନ୍ନ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ନିରୀ ପରି ଅନ୍ୟ ପ୍ରତିଷ୍ଠିତ ଶୈକ୍ଷଣିକ ସଂସ୍ଥାନ ବି ଏହି ଅଧ୍ୟୟନରେ ସହଯୋଗ କରିଥିଲେ । ଡ ଖୈରନାର ନିରୀର ଟିମ ଗଙ୍ଗା ସହିତ ଯମୁନା ଓ ନର୍ମଦା ଜଳ ଉପରେ ବି ଏଭଳି ଅଧ୍ୟୟନ କରିଛନ୍ତି, କିନ୍ତୁ ସ୍ୱଶୁଦ୍ଧିକରଣର ଯେଉଁ ଗୁଣ ଗଙ୍ଗାରେ ରହିଛି ।

Leave A Reply

Your email address will not be published.