ମୋବାଇଲ ଝାମ୍ପି ନେବାବେଳେ ଦୁଇ ଜଣଙ୍କୁ କାବୁ କଲା ପୋଲିସ, ଜଣେ ଫେରାର୍

212

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସିଟିସ୍କୁଲର ପ୍ରଥମ ବର୍ଷର ଛାତି ଏଟିଏମ୍ ରୁ ଟଙ୍କା ଉଠାଣ କରି ନିଜ ରୁମ୍ କୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ତିନି ଜଣ ଯୁବକ ଛାତ୍ରୀଙ୍କ ଠାରୁ ମୋବାଇଲ ସହିତ କିଛି ଟଙ୍କା ଝାମ୍ପି ନେଇ ଦୃତ ଗତିରେ ଚାଲି ଯାଇଥିଲେ ।

ଖବର ପାଇ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସଦଳବଳେ ଲୁଟେରାଙ୍କ ପିଛା କରି ନିଳାଞ୍ଚଳ ପରିଡା ଓ ଭିକାରୀ ବରାଡଙ୍କୁ ଧରିବାରେ ସକ୍ଷମ ହେବା ସହିତ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ମୋବାଇଲ ଓ ଟଙ୍କା ଜବତ କରିଥିଲେ । ଅତି ଚାଲାକର ସହିତ ଅନ୍ୟ ଜଣେ ଲୁଟେରା ଫେରାର୍ ହୋଇଯାଇଛି । ଥାନାରେ ୧୦୯/୨୧ ରେ ମାମଲା ରୁଜୁ ହେବା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲସରା ପୋଲିସ । ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ଚେଷ୍ଟା ଚାଲିଥିବା ଥାନାଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Comments are closed.