କଟକ,: ଆସନ୍ତା ୨୧ତାରିଖରେ ମାଟ୍ରିକ ପରୀକ୍ଷାୟ ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ହେବ ଡ୍ରାଏ ରନ୍ । ୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବ ବୋର୍ଡ । ଏଥିପାଇଁ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ତିଆରି
କରାଯାଇଥିବା କଣ୍ଟ୍ରୋଲ ରୁମ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ପରୀକ୍ଷା ସେଣ୍ଟରର ସୁପରିଟେଣ୍ଡ୍ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ । ସବୁ ଷ୍ଟ୍ରଙ୍ଗରୁ ଲାଇଭ୍ ଫୁଟେଜ୍ ଉପରେ ବୋର୍ଡ ନଜର ରଖିବ । ଏପଟେ ବୋର୍ଡ
ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ବର୍ଷା ପୂର୍ବାନୁମାନ ନେଇ ମଧ୍ୟ ଆମେ ପ୍ରସ୍ତୁତ ଅଛୁ । ଗୁରୁବାର ସୁଦ୍ଧା ସମସ୍ତ ୩୧୪ଟି ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ସୂଚନାନୁଯାୟୀ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ
ପରୀକ୍ଷା । ୧୨ ତାରିଖରେ ନୋଡାଲ କେନ୍ଦ୍ରକୁ ପଠାଯାଇଛି ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର, ୩୧୪ ନୋଡାଲ ସେଣ୍ଟର\’ । ଏଥର ନିର୍ଦ୍ଧାରିତ ସମୟରେ ବାହାରିବ ପରୀକ୍ଷା ଫଳ । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ଟି ସ୍କ୍ୱାର୍ଡ । ମୋଟ ୧୭୨ଟି ସ୍କ୍ୱାର୍ଡ ଗଠନ ହେବ । ୬୦୦ ସେଣ୍ଟରରେ ଟେକ୍ନୋଲୋଜି ଆପଣେଇବ ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । କାରଣ ଏଥର ପ୍ରଶ୍ନପତ୍ର ରହିବ ସିରିଏଲ ନମ୍ୱର । ଯାହାକି ଭାଇରାଲ୍ ହେଲେ ସହଜେ ଧରା ପକାଇଦେବ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍ କରିବା ପାଇଁ ଏଥର ମାଟ୍ରିକର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍ଲେଟର କ୍ରମିକ ନମ୍ବର ତଥା ସିରିଏଲ୍ ନମ୍ବର ୱାଟର୍ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍ପନ୍ସ) କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆହୁରି ବି ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ । ସେନ୍ସର କମାଣ୍ଡ ସିଷ୍ଟମ ଆପଣେଇବ ବୋଡ
୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବେ ବୋର୍ଡ
Next Post