ଯୋରନ୍ଦା ମେଳାରେ ମୁଖ୍ୟମନ୍ତ୍ରୀ

0 128

ଢ଼େଙ୍କାନାଳ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ମୁଖ୍ୟମନ୍ତ୍ରୀ ଯୋରନ୍ଦା ଯାଇ ସେଠାରେ ବିଶ୍ବ ପ୍ରସିଦ୍ଧ ମାଘ ମେଳାରେ ଯୋଗଦେଇଥିଲେ। ଯୋରନ୍ଦାରେ ପହଞ୍ଚି ଧୂନି ମନ୍ଦିରରେ ଅଲେଖ ସ୍ବାମୀଙ୍କ ଆଶୀର୍ବାଦ ନେଇଥିଲେ।ଏହା ପରେ ଭଜନ ମଣ୍ଡପରେ କିଛି ସମୟ ବସି ସେଠାରେ ସାଧୁ ମାନଙ୍କ ସହ ଆଲୋଚନା କରିଥିଲେ।ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ପୀଠରେ ମହିମା ପ୍ରସାଦ ସେବନ କରିଥିଲେ।ପ୍ରସାଦ ସେବନ ପରେ ଶୂନ୍ୟ ମନ୍ଦିରକୁ ଯାଇ ସେଠାରେ ଝାଡ଼ଦୀପ ପ୍ରଜ୍ବଳନ ଦେଖିବା ସହ ମହିମା ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ।ବିଶ୍ୱରେ ଶାନ୍ତି,ଭାଇଚାରର ନିର୍ଦ୍ଦେଶନ ହେଇଛି ମହିମା ଧର୍ମ।ସମାଜର ଶାନ୍ତି,ପ୍ରଗତି ନିମନ୍ତେ ମହିମା ଧର୍ମର ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବ ସରକାରରେ ଯୋରନ୍ଦା ଗାଦିର ବିକାଶ ନିମନ୍ତେ ଘୋଷଣା ହୋଇଥିଲା।ମାତ୍ର ଏବେ ସେହି କାମ କୌଣସି କାରଣ ବଶତଃ ଅଟକି ରହିଛି ।ଖୁବ ଶୀଘ୍ର ଗାଦିର ବିକାଶ କରାଯିବ।ପୂର୍ବ ସରକାରର ଯାହା ଘୋଷଣା ହୋଇଥିଲା ତାହା ଠାରୁ ଅଧିକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡିପିଆର ପ୍ରସ୍ତୁତ ହେବା ପରେ ଅର୍ଥ ମଞ୍ଜୁର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଯୋରନ୍ଦାକୁ ବ୍ଲକ କିମ୍ବା ଏନଏସି କରାଯିବ।ଯୋରନ୍ଦା ଫାଣ୍ଡିକୁ ଥାନା କରିବା ପାଇଁ ଆବଶ୍ୟକ ରିପୋର୍ଟ ମାଗିଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.