ଫେରି ଯାଉଛନ୍ତି ମହେଶ ବାବୁ

0 124

ଦୀର୍ଘ ପନ୍ଦର ଦିନ ରହଣି ପରେ ଆଜି ଫେରିଗଲେ ସାଉଥ୍କସେନ୍ସସନ ନିର୍ଦ୍ଦେଶକ ଏସ ଏସ ରାଜମାଉଳି, ଅଭିନେତା ମହେଶ ବାବୁ ଓ ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା। ଆଉ ଏସଏସଏମବି-୨୯ ଆଜି ଫେରିବା ପୂର୍ବରୁ ଏକ ବିଦାୟ କାଳୀନ ସଭା ଭଳି ସୃଷ୍ଠି ହୋଇଥିଲା ସୁଟିଂ ସେଟ।. ତଲମାଲି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ଆକବରମା ସସ୍ୟା ରେଡ୍ଡୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଦାୟ ଦେଇଥିଲେ।ଫିଲ୍ମ ଟିମ୍ ପକ୍ଷରୁ ନିର୍ଦ୍ଦେଶକ ଏସଏସ ରାଜମଉଳି ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ ଚିଠି କୋରାପୁଟର ଅପୂର୍ବ ସୋନ୍ଦର୍ଯ୍ୟ, ଏଠାକାର ବାସିନ୍ଦା ବେଶ ଭଲ ପାଇବା ଦେବା ଆତିଥିକୁ ଭୁଲି ହେବନି ବୋଲି ଜନେଇଛନ୍ତି। ଦୀର୍ଘ ପନ୍ଦର୍ ଦିନ ପାଞ୍ଚ ସହ ଜଣିଆ ଟିମ୍ ଆଗାମୀ ଫିଲ୍ମ ପାଇଁ ଯାହା ଯାହା ସିନ ଆବଶ୍ୟକ ସେ ସମସ୍ତ ସିନ ସୁଟ କରି ହାଇଦ୍ରାବାଦ ଅଭିମୁଖେ ବାହାରିଗଲେ। ସାଉଥ୍ ଫିଲ୍ମ ସୁଟକୁ ନେଇ ଚଳଚଞ୍ଚଳ ଥିଲା କୋରାପୁଟ ଜିଲ୍ଲାର ତଲମାଳି, ଦେଓମାଳି।

Leave A Reply

Your email address will not be published.