ଖରା ଦିନ ଆସିଲାଣି, ଚାଷୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଲୋକ ବିଦ୍ୟୁତ ଉପରେ ନିର୍ଭର କରନ୍ତି!କିନ୍ତୁ ଯେଉଁ ଦିନଠାରୁ ବିଦ୍ୟୁତ ବିଭାଗ କୁ ଟାଟା କମ୍ପାନୀ କ୍ରୟ କରିଛି ସେହିଦିନଠାରୁ ପ୍ରତ୍ୟେକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି!ଟାଟା କମ୍ପାନୀରେ କାମ କରୁଥିବା କର୍ମଚାରୀ ଙ୍କ ଦବଙ୍ଗିରି ଯୋଗୁଁ ଆଜି ସହ ସହ ସଂଖ୍ୟାରେ ଚାଷୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଜିରାଗୁଡା ଛକ ରେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି!ଯାହାଫଳରେ ଉମରକୋଟ ରୁ ଜଗଦଲପୁର ଯାତାୟାତ ଠପ ରହିଥିଲା!
ସୂଚନା ପ୍ରକାରେ:ପ୍ରତାପ କୁମାର ସାହୁ ଓ ସ୍ୱରୂପ ରଞ୍ଜନ ଓଝା ଏବଂ କିଛି ଟାଟା କମ୍ପାନୀ ର କର୍ମଚାରୀ କାରାଗାଁ ପଂଚାୟତ ର ଲୋହରାଗୁଡା ଗ୍ରାମକୁ ଟଙ୍କା ଆଦାୟ କରିବାକୁ ଯାଉଥିଲେ, ସେତିକିବେଳେ କିଛି ଚାଷୀ ସେମାନଙ୍କୁ ଅଟକାଇ ସେମାନଙ୍କୁ ସମସ୍ତ କାଗଜ ପତ୍ର ମାଗିଥିଲେ, କିନ୍ତୁ କୌଣସି ତଥ୍ୟ ବାହାରି ନ ଥିଲା, କାରଣ କିଛି ଦିନ ହେଲା ସେହି ଅଞ୍ଚଳ ରେ ବିଦ୍ୟୁତ ଠିକ ଭାବେ ରହୁ ନାହିଁ, ପ୍ରାୟ ଲୋ ଭୋଲ୍ଟେଜ ରହିବା ଯୋଗୁଁ ସେମାନଙ୍କ ଚାଷ ନଷ୍ଟ ହୋଇଗଲାଣି ତେଣୁ ଚାଷୀମାନେ ଉତ୍ୟକ୍ତ ହୋଇ ଟାଟା କମ୍ପାନୀର ବିଦ୍ୟୁତ କର୍ମଚାରୀ ଙ୍କୁ ଅଟକ ରଖି ଥିଲେ!ଖବର ଶୁଣି ସିଙ୍ଗାରି ଫାଣ୍ଡି ଅଫିସର ହରିହର ଭତ୍ରା ଜିରାଗୁଡା ଆସି ଚାଷୀମାନଙ୍କୁ ବୁଝା ସୁଝା କରିଥିଲେ କିନ୍ତୁ ଚାଷୀ ମାନି ନ ଥିଲେ, ପରେ ପୋଲିସ ମଧ୍ୟ ସମସ୍ତ ତଥ୍ୟ ଜାଣିପାରିଲେ ଯେ ଭୁଲ କାହାର? ସେପଟେ କିଛି ଲୋକ ଙ୍କ ଘରେ ବିଦ୍ୟୁତ ସଂଯୋଗ ନ କରି ସେମାନଙ୍କୁ ବିଲ ଦିଆଯାଉଛି, କିଛି ଲୋକଙ୍କ ଠାରୁ 2025ମସିହା ରେ ଟଙ୍କା ଆଦାୟ କରୁଛନ୍ତି କିନ୍ତୁ ବିଲ ବାହାର କରୁଛନ୍ତି 2022ମସିହାର!ଏଭଳି ଅନେକ ଲୋକଙ୍କୁ ଭୁଆଁ ବୁଲେଇ ଟାଟା କମ୍ପାନୀ ଠକୁଥିବା ଦେଖିବାକୁ ମିଳିଛି!ସକାଳ 9 ଘଣ୍ଟା ରୁ ସେହି କର୍ମଚାରୀ ଙ୍କୁ ଅଟକ ରଖାଯାଇଛି, କିନ୍ତୁ ସନ୍ଧ୍ୟା 4 ଟା ପର୍ଯ୍ୟନ୍ତ କୌଣସି ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ!4:30ମିନିଟ ସମୟରେ ରବି ଆଚାରି ଘଟଣାସ୍ଥଳରେ ପହଞ୍ଚି ଚାଷୀ ଙ୍କ ସମସ୍ୟା ଅଳ୍ପ ଦିନ ମଧ୍ୟରେ ଦୂର କରାଯିବ ଏବଂ ବିଲ ରେ ରହିଥିବା ସମସ୍ୟା କୁ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବି ବୋଲି କହିଥିଲେ!
Prev Post
Next Post