୨୧ରୁ ମାଟ୍ରିକ୍ ପରୀକ୍ଷା: ୩୧୩୩ କେନ୍ଦ୍ରରେ ପରୀକ୍ଷା

21 to 21 Matric Examination: 133 examination in 3 centers

0 118

କଟକ, : ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ୭ଟା ୩୦ରୁ ସାଢ଼େ ୮ଟା ମଧ୍ୟରେ ଛାତ୍ରୀଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ଆଗରୁ ଓ ପରୀକ୍ଷା ଶେଷ ହୋଇ ଉତ୍ତର ଖାତା ସିଲ୍ ହେବା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ଭିଡିଓ ଯୋଗେ ସିଧା ପ୍ରସାରଣ କରାଯିବ । ୩୧୩୩ ପରୀକ୍ଷା କେନ୍ଦ୍ରରେ ଦିନେ ଛାଡ଼ି ଦିନେ ପରୀକ୍ଷା ଆୟୋଜନ କରିବ ବୋର୍ଡ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଏଥିସହିତ ବୋର୍ଡ ସଭାପତି ଆହୁରି କହିଛନ୍ତି, ପରୀକ୍ଷା ହେବା ଆଗରୁ ସେଣ୍ଟରରୁ କେହି ପ୍ରଶ୍ନପତ୍ର ମୋବାଇଲରେ ଫଟୋ ଉଠାଇ ପ୍ରଘଟ (ଭାଇରାଲ୍‌) କଲେ ସହଜରେ ଧରା ପଡ଼ିଯିବେ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକଲେଟର କ୍ରମିକ ନମ୍ବର ତଥା ସିରିଏଲ୍ ନମ୍ବର ୱାଟର୍ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍ପନ୍ସ) କୋଡ୍‌
ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଚଳିବ ବର୍ଷ ବୋର୍ଡ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟର ଗୁଡ଼ିକରେ ଏଆଇ କ୍ୟାମେରା ଖଞ୍ଜା ଯାଇଛି । ଏଥିସହିତି ୪ ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ମୋଟ ୧୭୨ଟି ସ୍କ୍ୱାର୍ଡ ଗଠନ ହେବ । ଜିଲ୍ଲା ଶିକ୍ଷା ଅଧିକାରୀ ୭୦ ଟିମ୍‌, ବୋର୍ଡ ପକ୍ଷରୁ ୪୨ ଟିମ୍‌, ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍କ୍ୱାର୍ଡ ଟିମ୍ ଗଠନ ହେବ । ସିଧା ପ୍ରସାରଣ ଅନୁଧ୍ୟାନ ଲାଗି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ରହିବ । କଣ୍ଟ୍ରୋଲ୍ ରୁମରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ । ସିଧା ପ୍ରସାରଣ ସମୟରେ ଯଦି କୌଣସି କେନ୍ଦ୍ରର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ବୋର୍ଡ ଦ୍ୱାରା ଗଠିତ ସ୍କାଡ ତ୍ୱରିତ୍ୱ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ନେବ । ଆସନ୍ତା ୧୨
ତାରିଖରୁ ୩୦ ଜିଲ୍ଲାର ୩୧୪ ପରୀକ୍ଷା ନେଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରିବ ବୋର୍ଡ । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ ।

Leave A Reply

Your email address will not be published.