ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

0 75

ସମ୍ବଲପୁର,: ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ସମ୍ବଲପୁର ଅଞ୍ଚଳ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ
ପରୀକ୍ଷା ଶିବିର ସମ୍ବଲପୁରର ଜିଏମ୍‌  ୟୁନିଭରସିଟି କ୍ୟାମ୍ଫସରେ ଉଦ୍‌ଘାଟିତ ହୋଇଯାଇଛି । ପିଜି କାଉନ୍‌ସିଲର ଚେୟାରମ୍ୟାନ୍ଜ୍ଞା ନରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଡେପୁଟି ରେଜିଷ୍ଟ୍ରାର ଡଃ ଉମା ଚରଣ ପତି, ଫାଇନାନ୍ସ ଅଫିସର ଜଗନ୍ନାଥ ରାଉତ, ଡିନ୍ ପ୍ରଫେସର ସୁଶାନ୍ତ ଦାସ, ୱାଇଆର୍‌ସି ଅଧିକାରୀ ଡଃ କଲ୍ୟାଣୀ ରଥ, ଡଃ ସଂଯୁକ୍ତା ଭୂୟାଁ ଓ ଡଃ ପ୍ରଶାନ୍ତ କୁମାର ସେଠୀଙ୍କ ସମେତ ବ୍ୟାଙ୍କର ସମ୍ବଲପୁର ଅଞ୍ଚଳ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ସଂଯୁକ୍ତା ପଟେଲଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ବୁଢାରାଜା ଶାଖାର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ନୂତନ ଶାଖା ମାଧ୍ୟମରେ ଗ୍ରାହକମାନଙ୍କୁ ସର୍ବୋତ୍ତମ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରାଯାଇପାରିବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି । ଅନ୍ୟ ଏକ କାର୍ଯ୍ୟକ୍ରମରେ, ବ୍ୟାଙ୍କର ସମ୍ବଲପୁର ଅଞ୍ଚଳର କଣ୍ଟାବାଜି ଶାଖା ଉଦ୍‌ଘାଟିତ ହୋଇଯାଇଛି । ଫାଇନାନ୍‌ସିଆଲ ଡିପାର୍ଟମେଣ୍ଟର ସେକ୍ରେଟାରୀ ଏମ୍ ନାଗରାଜୁ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାରଙ୍କ ଉପସ୍ଥିତିରେ ଭର୍ଚ୍ଚୁଆଲ ମୋଡ୍‌ରେ ଏହି ନୂତନ ଶାଖାର ଉଦ୍‌ଘାଟନ କରିଥିଲେ । ଏଥିରେ ବ୍ୟାଙ୍କର ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଆଶିଷ କୁମାର ବିଶ୍ୱାଳଙ୍କ ସମେତ ବରିଷ୍ଠ ପ୍ରବନ୍ଧକ ବ୍ରଜେଶ୍ୱର ଅଦରକୁଲିଆ, ପ୍ରବନ୍ଧକ ଚିରାଗ ଅଗ୍ରୱାଲ, ବରିଷ୍ଠ ପ୍ରବନ୍ଧକ ଜାହିଦ୍ ମହମ୍ମଦ, ବରିଷ୍ଠ ପ୍ରବନ୍ଧକ ସୈାମିତ୍ର ଦାସ, ପ୍ରବନ୍ଧକ ଲଲାଟେନ୍ଦୁ ଦେବତା ଏବଂ ସହାୟକ ପ୍ରବନ୍ଧକ ଚନ୍ଦନ ପଣ୍ଡିତ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାଜି ଶାଖାର
ଶାଖା ପ୍ରବନ୍ଧକ ଝସକେତନ ସାହୁ ଏବଂ ଶାଖା କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳଠାରେ ଆର୍‌ସେଟି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଥିଲା । ଏଥିରେ ମହାପ୍ରବନ୍ଧକ ତଥା ଏସ୍‌ଏଲ୍‌ବିସି ସଂଯୋଜକ ଗୌତମ ପାତ୍ର, ଏସ୍‌ଏଲ୍‌ବିସି ଇନ୍‌ଚାର୍ଜ ଲିଙ୍ଗରାଜ ନାୟକ, ସମ୍ବଲପୁର ଅଞ୍ଚଳର ଉପ- ଆଞ୍ଚଳିକ ମୁଖ୍ୟ ରଶ୍ମିରଞ୍ଜନ ମହାପାତ୍ର, ମୁଖ୍ୟ ପ୍ରବନ୍ଧକ ସୈାଭାଗ୍ୟ ସାହୁ, ଏଲ୍‌ଡିଏମ୍ ଦେବାଶିଷ କୁଣ୍ଡୁ (ଢେଙ୍କାନାଳ) ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.