ଭୁବନେଶ୍ୱର,: ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଯାତ୍ରୀମାନଙ୍କ ପାଇଁ
ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ ଟ୍ରେନଗୁଡ଼ିକରେ ଭିଡ଼ କମ କରିବାରେ ସାହାଯ୍ୟ କରିବ । ପୂର୍ବତଟ ରେଳପଥ ମଧ୍ୟରୁ ପୁଣି ଗୋଟିଏ ସ୍ୱତନ୍ତ୍ର ଟ୍ରେନ ରାୟଗଡାଟିଟିଲାଗଡ଼-ସମ୍ବଲପୁର-ରାଉରକେଲା ମାର୍ଗ ଦେଇ ବିଶାଖାପାଟଣା ଏବଂ ପାଟନା ମଧ୍ୟରେ ଚଳାଚଳ କରାଇବ । ଟ୍ରେନ୍ ନମ୍ବର ୦୮୫୩୭/ ୦୮୫୩୮ ବିଶାଖାପାଟଣା-ପାଟନାବିଶାଖାପାଟଣା ହୋଲି ସ୍ପେଶାଲ୍ ଟ୍ରେନ । ବିଶାଖାପାଟଣାରୁ: ପ୍ରତି ରବିବାର (୧୬ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୫) ଦିନ ୧୯୩୦ ଘଣ୍ଟାରେ ଛାଡିବ । ପାଟନାରୁ: ପ୍ରତି ସୋମବାର (୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୨୫) ଦିନ ୨୨୩୦ ଘଣ୍ଟାରେ ଛାଡିବ । ରହଣି ସ୍ଥାନ: ବିଶାଖାପାଟଣା ଓ ପାଟଣା ମଧ୍ୟରେ ଉଭୟ ପାଶ୍ୱର୍ରୁ ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡ଼ା, ସିଙ୍ଗାପୁର ରୋଡ୍, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ହାତିଆ, ରାଞ୍ଚି, ମୁରି, ବୋକାରୋ ଷ୍ଟିଲ୍ ସିଟି, ଚନ୍ଦ୍ରପୁରା, ଗୋମୋ, କୋଡ଼ର୍ମା, ଗୟା ଏବଂ ଜେହାନାବାଦ ଷ୍ଟେସନ ମାନଙ୍କରେ ରହଣି କରିବ । ସେହିଭଳି ବିଶାଖାପାଟଣା-ପାଟନା ହୋଲି ସ୍ପେଶାଲ୍ ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅତିରିକ୍ତ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ପେଶାଲ୍ । ସୋମବାର ଦିନ (୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ୨୦୨୫) ୧୨୧୦ ଘଣ୍ଟାରେ ଭୁବନେଶ୍ୱରରୁ ଛାଡିବ । ମଙ୍ଗଳବାର (୧୧ ମାର୍ଚ୍ଚରୁ ୨୫ ମାର୍ଚ୍ଚ ୨୦୨୫) ୦୯୫୦ ଘଣ୍ଟାରେ ହାଇଦ୍ରାବାଦରୁ ଫେରିବ । ପୁରୀ-କୋଲକାତା ହୋଲି ସ୍ପେଶାଲ୍ ଗୁଡିକ ୧୩, ୧୮ ଏବଂ ୨୦ ମାର୍ଚ୍ଚ ୨୦୨୫ ରେ ୨୩୫୦ ଘଣ୍ଟାରେ କୋଲକାତାରୁ ଛାଡିବ । ୧୪, ୧୯ ଏବଂ ୨୧ ମାର୍ଚ୍ଚ ୨୦୨୫ରେ ୧୫୩୦ ଘଣ୍ଟାରେ ପୁରୀରୁ ଛାଡିବ । ବିଶାଖାପାଟଣା-ଏସ୍ଏମ୍ଭିଟି ବେଙ୍ଗାଲୁରୁ ହୋଲି ସ୍ପେଶାଲ୍ ରବିବାର (୯ ମାର୍ଚ୍ଚ ରୁ ୨୩ ମାର୍ଚ୍ଚ ୨୦୨୫)
ଦିନ ୧୫୩୦ ଘଣ୍ଟାରେ ବିଶାଖାପାଟଣାରୁ ଛାଡିବ । ସୋମବାର (୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ୨୦୨୫) ୧୫୫୦ ଘଣ୍ଟାରେ ବେଙ୍ଗାଲୁରୁ ଫେରିବେ । ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଅନେକ ସ୍ୱତନ୍ତ୍ର ଟ୍ରେନର ସେବାକୁ ବିସ୍ତାର କରିଛି । ୦୨୮୩୭/ ୦୨୮୩୮ ସାନ୍ତ୍ରାଗାଛି-ପୁରୀସାନ୍ତ୍ରାଗାଛି ସାପ୍ତାହିକ ବିଶେଷ, ୦୨୮୩୯/୦୨୮୪୦ ଶାଲିମାର- ପୁରୀ-ଶାଲିମାର ସାପ୍ତାହିକ ବିଶେଷ, ୦୮୦୧୧/୦୮୦୧୨ ଭଞ୍ଜପୁର
(ବାରିପଦା)-ପୁରୀ-ଭଞ୍ଜପୁର ଦ୍ୱିସାପ୍ତାହିକ ସ୍ୱତନ୍ତ୍ର । ୦୯୦୫୯/ ୦୯୦୬୦ ଉଧନା (ସୁରତ)- ଖୋର୍ଦ୍ଧା ରୋଡ୍-ଉଧନା ସ୍ପେଶାଲ୍, ୦୨୮୧୧/
୦୨୮୧୨ ଭୁବନେଶ୍ୱର- ଯଶବନ୍ତପୁର-ଭୁବନେଶ୍ୱର ସାପ୍ତାହିକ ବିଶେଷ, ୦୮୩୧୧/୦୮୩୧୨ ସମ୍ବଲପୁର-ଏରୋଡ୍-ସମ୍ବଲପୁର ସାପ୍ତାହିକ ବିଶେଷ, ୦୮୫୦୮/ ୦୮୫୦୭ ବିଶାଖାପାଟଣାଶାଲିମାର-ବିଶାଖାପାଟଣା ସାପ୍ତାହିକ ବିଶେଷ, ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଦୈନିକ ବିଶେଷ, ୦୮୫୮୩/ ୦୮୫୮୪ ବିଶାଖାପାଟଣାତିରୁପତି-ବିଶାଖାପାଟଣା ସାପ୍ତାହିକ ବିଶେଷ । ପୂର୍ବତଟ ରେଳପଥ
ଯାତ୍ରୀମାନଙ୍କୁ ଠିକ ସମୟରେ ସ୍ୱତନ୍ତ୍ର ଟ୍ରେନଗୁଡିକର ଉପଲବ୍ଧତା ଯାଞ୍ଚ କରିବାକୁ ଏବଂ ସ୍ୱତନ୍ତ୍ର ଟ୍ରେନରେ ଟିକେଟ ବୁକ୍ କରିବାକୁ ଅନୁରୋଧ
କରୁଛି, ବିଶେଷକରି ଯଦି ସେମାନେ ନିୟମିତ ଟ୍ରେନରେ ଲମ୍ବା ଅପେକ୍ଷା ତାଲିକା ପାଆନ୍ତି । ସ୍ୱତନ୍ତ୍ର ଟ୍ରେନ୍ ନମ୍ବରଗୁଡ଼ିକ ‘୦’ (ଶୂନ୍ୟ)ରୁ ଆରମ୍ଭ ହୁଏ, ଯାହା ସେମାନଙ୍କୁ ସହଜରେ ଚିହ୍ନଟ କରିହେବ । ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ବର୍ଥ ଉପଲବ୍ଧ, ଯାହା ଜଟରିଭିଡ଼ି ସମୟରେ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିଥାଏ । ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ଏବଂ ବୁକିଂ ପାଇଁ ଆଇଆର୍ସିଟିସି ୱେବସାଇଟ୍, ଏନ୍ଟିଇଏସ୍ ଏବଂ ପୂର୍ବତଟ ରେଳପଥ ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ମାଧ୍ୟମରେ ପାଇପାରିବେ ।