ହାଜି ମହମ୍ମଦ୍ ଅବ୍ଦୁଲ୍ ବାରିଙ୍କ ଦେହାନ୍ତ

0 65

ଚଉଦ ମହଲା ମୁସଲିମ ଜମାତ୍ ର ସଭାପତି ତଥା ଜାତୀୟ ସଦଭାବନା ପୁରସ୍କାର ପ୍ରାପ୍ତ ହାଜୀ ମହମ୍ମଦ ଅବଦୁଲ ବାରି ଙ୍କ ପରଲୋକ । ଭଦ୍ରକ ଜିଲ୍ଲା ସନ୍ଥିଆ ସ୍ଥିତ ବାସଭବନ ରେ ପରଲୋକ ହୋଇଚି । ସେ ଦୀର୍ଘ ଦିନ ହେବ ରୋଗ ଶଯ୍ୟା ରେ ଥିଲେ । ଭଦ୍ରକ ଜିଲ୍ଲା ର ଚଉଦ ମହଲା ମୁସଲିମ ଜମାତ ର ସଭାପତି ଭାବେ ଦିର୍ଘ୍ ଦିନ ଦାୟିତ୍ଵ ସମ୍ଭାଳିଥିଲେ । ଉଭୟ ସଂପ୍ରଦାୟ ମଧ୍ୟ ରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ପାଇଁ 2011 ମସିହା ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ଠାରୁ ଜାତୀୟ ସଦଭାବନା ପୁରସ୍କାର ପାଇଥିଲେ । ତାଙ୍କ ଦେହାନ୍ତ ପରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ , ଭଣ୍ଡାରିପୋଖରି ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଚନ୍ତି ।

Leave A Reply

Your email address will not be published.