ସୁନା ଦର କମିଲା

0 130

ଭୁବନେଶ୍ୱର,: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ସୁନାଦର । ଶୀଘ୍ର ଯାଇ କିଣି ନିଅନ୍ତୁ । ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ । ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୦୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ ସୁନା ମୂଲ୍ୟ ୭୮ ହଜାର ୯୦୦ ଟଙ୍କା ଛୁଇଁଛି । ସେହିପରି ଭୁବନେଶ୍ୱରରେରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୮ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାଦର ୮୬ ହଜାର ୦୭୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୭୮,୯୦୦ ଟଙ୍କା ଓ ୮୬,୦୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଆଦିଲ୍ଲୀରେ ୭୯, ୦୫୦ ଟଙ୍କା ଓ ୮୬, ୨୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେତ୍ତାଇରେ ୨୨ କ୍ୟାରେଟ ମୂଲ୍ୟ ୭୮,୯୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୦୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୮,୯୦୦ ଟଙ୍କା ଓ ୮୬,୦୭୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।

Leave A Reply

Your email address will not be published.