ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ

0 56
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ମା ଠାକୁରାଣୀ ଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ପାଟ୍ଟଯୋଶୀ ଗ୍ରାମବାସୀ ଙ୍କୁ ମା ଠାକୁରାଣୀ ଙ୍କ ବାର୍ଷିକ ଯାତ୍ରା ର ଶୁଭେଚ୍ଛା ଜଣେଇବା ସହ ଅଞ୍ଚଳବାସୀ ଙ୍କ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଦାବି କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସ୍ଥାନୀୟ ସରପଞ୍ଚ ଇଶରାମ କୋଲଥିଆ, ବିଜେପି ନେତା ହିମାଂଶୁ ପଣ୍ଡା,ଅପ୍ରେସ ସ୍ୱାଇଁ, କମିଟି ସଭାପତି କ୍ଷେତୁରାମ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଅଞ୍ଚଳ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂଜା କମିଟି ପକ୍ଷରୁ ସଭାପତି ଉପ ସଭାପତି ମକରନ୍ଦ ବାଗ,ନିଳାମ୍ବର ନାଏକ,ନରେନ୍ଦ୍ର ବାଗ,ଚନ୍ଦ୍ରଭାନୁ ନାଏକ,ଶମ୍ବୁଶ୍ୱର ନାଗ,ଦୁଷ୍ମନ୍ତ ଜୁଏଡ଼,ସୁଶିଳ ନାଏକ,ମଦନ ବାଗ, କ୍ଷୀରସିନ୍ଧୁ ଛାତ୍ରୀଆ,ଟିକେରାମ ଛାତ୍ରୀଆ, ମଦନ ନାଗ,ନିଳାମ୍ବର ସେଠି, ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
Leave A Reply

Your email address will not be published.