ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଙ୍କ ସାମ୍ବାଦିକ ସମ୍ମିଳନୀ

0 61

ଜଗତସିଂହପୁର,: ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶାର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଅନ୍ୟତମ । ଏହି ପରିପ୍ରେକ୍ଷୀରେ ଆଜି
ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଜେ ସୋନାଲ ଓ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା ଯୁଗ୍ମ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପାରାଦ୍ୱୀପ ସ୍ଥିତ ଷଣ୍ଢକୁଦ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଥିଲେ । ଜିଲ୍ଲାପାଳ ମକ ଡ୍ରିଲ ପାଇଁ ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାରରେ ସମସ୍ତ କାର୍ଯ୍ୟ
ପରିଚାଳନା ପାଇଁ ଅନୁରୋଧ କରିଥିଲେ । ସମ୍ଭାବ୍ୟ ଯୁଦ୍ଧ ପରି ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ, ଧନଜୀବନ କିଭଳି ନଷ୍ଟ ନହେବ ଏବଂ ଏହାର ପରବର୍ତ୍ତୀ ସମୟରେ କିଭଳି ଉଦ୍ଧାର ଓ ଚିକିତ୍ସା କରାଯିବ । ଯଦି କୌଣସି ଆପତ୍ତିକାଳୀନ ଅସୁବିଧା ହୁଏ ତେବେ ସେ ସମୟରେ କଣସବୁ କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ । ଅପରାହ୍ନ ୪ଟା ରେ ସାଇରନ ୫ ମିନିଟ ପାଇଁ ବାଜିବ । ସାଇରନ ଶବ୍ଦ ଶୁଣିବା
ମାତ୍ରେ ବାହାରେ ଥିବା ପ୍ରତ୍ୟେକ ନାଗରିକ ସୁରକ୍ଷିତ ଛାତ ଘର, କୋଠା, ବିଲ୍ଡିଂ ଇତ୍ୟାଦି ମଧ୍ୟକୁ ପ୍ରବେଶ କରି ସୁରକ୍ଷିତ ରହିବେ । ସେମାନଙ୍କୁ ସୁରକ୍ଷା କର୍ମୀ ଓ ସ୍ୱେଛାସେବୀମାନେ ସହଯୋଗ କରିବେ । ସିଭିଲ ଡିଫେନ୍ସର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିବେ । ଆକ୍ରମଣ ଶେଷ ହେବାର ସୂଚନା ଭାବେ ପୁନଶ୍ଚ ସାଇରନ ବାଜିଲେ ନାଗରିକ ମାନେ ପୂର୍ବବତ ସ୍ୱଭାବିକ କାର୍ଯ୍ୟ କରି ପାରିବେ । ଏହି ମକ ଡ୍ରିଲ ସମୟରେ ଅଭ୍ୟାସ ପାଇଁ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବ । ଏ ସବୁ ମକଡ୍ରିଲ ବା ଛାୟା ଯୁଦ୍ଧର ଅଭ୍ୟାସ କାର୍ଯ୍ୟକ୍ରମ ହୋଇଥିବାରୁ ସାଧାରଣ ଜନତା ଆଦୌ ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଗୁଜବରେ ବିଶ୍ୱାସ କରିବା ନାହିଁ କିମ୍ବା ପ୍ରସାର କରିବା ନାହିଁ ବୋଲି ସେ କହି଼ଛନ୍ତି । ଏହି ମକ ଡ୍ରିଲ ସମ୍ପର୍କରେ ଆବଶ୍ୟକୀୟ ସତର୍କ ସୂଚନା ଏଂ ସଚେତନତା ବାର୍ତ୍ତା ସ୍ୱଚ୍ଛ ସାଥୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ଅଫିସର ଆଦିମାନଙ୍କ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ପ୍ରଚାର କରାଇବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହିପରି ସ୍ଥିତିରେ ଛୋଟ ପିଲା, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଉଦ୍ଧାର କରିବା ପାଇଁ ସେ ପରାମର୍ଶ ଦେବା ସହ ଯୁବପିଢୀଙ୍କୁ ମଧ୍ୟ ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ଉଦ୍ଧାର କାର୍ଯ୍ୟରେ ଭାଗ ନେବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା କହିଲେ ଯେ ଭୟଭୀତ ନ ହୋଇ ସତର୍କ ତଥା ସଜାଗ ରହିଲେ ସମସ୍ତ ବିପତ୍ତିକୁ ଏଡ଼ ଯାଇ ପାରିବ । ଜଗତସିଂହପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ତେଣୁ ସମ୍ଭାବ୍ୟ ଯୁଦ୍ଧ ପରି ଏକ ଅଭାବନୀୟ ପରିସ୍ଥିତିକୁ ମଧ୍ୟ ଆବଶ୍ୟକ ସ୍ଥଳେ
ମୁକାବିଲା କରିବା ପାଇଁ ସମସ୍ତ ସାଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ସଚେତନ ଜନ ସାଧାରଣଙ୍କ ସହଯୋଗ ଆବଶ୍ୟକୟ ଭୟଭୀତ ନ ହୋଇ ସତର୍କ ରହିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଥଲେ । ଆଜି ପାରାଦ୍ୱୀପ ଠାରେ ମଧ୍ୟ ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଉପାଧ୍ୟକ୍ଷ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଜିଲ୍ଲାର ସମସ୍ତ ଶିଳ୍ପ ସଂସ୍ଥାର ମୁଖ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ସିଭିଲ ଡିଫେନ୍ସ କର୍ମକର୍ତ୍ତା, କୋଷ୍ଟ ଗାର୍ଡ ଆଦିମାନଙ୍କ ସହ ପାରାଦ୍ୱୀପର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.