ରେପୋ ହାର ହ୍ରାସ ସମ୍ଭାବନା

0 71

ଭୁବନେଶ୍ୱର,: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ । ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ । ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଏହି ବୈଠକରେ ରେପୋ ହାର ୨୫ ଆଧାର ପଏଣ୍ଟ (ବିପିଏସ) ହ୍ରାସ ହୋଇପାରେ, ଯାହା ଏହାକୁ ୬.୫% ରୁ ୬.୨୫% କୁ ହ୍ରାସ କରିବ । ଫେବୃଆରୀ ୭ରେ ସୁଧ ହାର ଉପରେ ଏମ୍ପିସି ନିଷ୍ପତ୍ତି ଘୋଷଣା କରିବ । ଯଦିଓ ମୁଦ୍ରାସ୍ଫୀତି ୪%ର ଆରବିଆଇ ଲକ୍ଷ୍ୟଠାରୁ ଅଧିକ ରହିଛି, ଅର୍ଥନୈତିକ ମନ୍ଥରତା ଦୃଷ୍ଟିରୁ ଏହି ହାର ହ୍ରାସ ହେବାର ସମ୍ଭାବନା ଅଧିକ ଦୃଢ଼ୀଭୂତ ହୋଇଛି । ଗତ ସପ୍ତାହରେ ଆରବିଆଇ ବ୍ୟାଙ୍କିଙ୍ଗ
ସିଷ୍ଟମରେ ୧.୫ ଲକ୍ଷ କୋଟିର ଲିକ୍ୱିଡିଟି ଅର୍ନ୍ତଭୁକ୍ତ କରିବାକୁ ଘୋଷଣା କରିଥିଲା । ଏହାପୂର୍ବରୁ ଡିସେମ୍ବର ମାସରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସିଷ୍ଟମରେ ୧୬ ୧.୧୬ ଲକ୍ଷ କୋଟି ଲିକ୍ୱିଡିଟି ଅର୍ନ୍ତଭୁକ୍ତ କରିଥିଲା । ଯେତେବେଳେ କ୍ୟାସ ରିଜର୍ଭ ଅନୁପାତ (ସିଆରଆର) ୫୦ ବିପିଏସ
କଟାଯାଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଫେବୃଆରୀ ବୈଠକରେ ରେପୋ ହାର ହ୍ରାସ ହୁଏ, ତେବେ ଏହା ଚାହିଦାକୁ ଦୃଢ଼ କରିବାରେ ସାହାଯ୍ୟ କରିବ । ବିଶେଷକରି ଯେତେବେଳେ ସରକାର କରଦାତାମାନଙ୍କୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ପ୍ରଦାନ କରିଛନ୍ତି । କମ ସୁଧ ହାର ଋଣକୁ ଶସ୍ତା କରିବ, ଯାହା ଉଭୟ ବ୍ୟବହାର ଏବଂ ବିନିଯୋଗକୁ ବୃଦ୍ଧି କରିବ । ୨୦୨୪- ୨୫ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୪% ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ହେବ । ଏହାପୂର୍ବରୁ ଡିସେମ୍ବର ମାସରେ ଆରବିଆଇ ଜିଡିପି ଅଭିବୃଦ୍ଧି ଆକଳନକୁ ୭.୨% ରୁ ୬.୬% କୁ ହ୍ରାସ କରିଥିଲା । ବିଶେଷଜ୍ଞଙ୍କ ମତାନୁସାରେ, ଫେବୃଆରୀ ପରେ, ଏପ୍ରିଲ କିମ୍ବା ଜୁଲାଇରେ ମଧ୍ୟ ୨୫-୫୦ ବିପିଏସ ହ୍ରାସ ହୋଇପାରେ ।

Leave A Reply

Your email address will not be published.