ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ରେଙ୍ଗାଲି ପଞ୍ଚାୟତ ଛକ ନିକଟରେ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷ ରୁ ଅନୁଷ୍ଠିତ ହୋଇଥିଲା। ଆରମ୍ଭ ରେ ସ୍ବର୍ଗତ ନବ ଦାସ ଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଥମେ ଦ୍ଵୀପ ପ୍ରଜ୍ବଳନ କରାଯାଇ, ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଦିବଙ୍ଗତ ଙ୍କ ଆତ୍ମା ର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ର ପୁର୍ବତନ ସଭାପତି ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ପରିଷଦ ର ସମ୍ପାଦକ ଅନାର୍ଯ୍ୟାମି ପାଣି ସ୍ଵାଗତ ଭାଷଣ ଓ ସଭା ପରିଚାଳନା କରିଥିବା ବେଳେ ସୁବାଷ ଚନ୍ଦ୍ର ସିଂ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ସ୍ବର୍ଗତ ନବ ଦାସଙ୍କ ପୁଅ ଯୁବ ନେତା ବିଶାଳ ଦାସ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ରେଙ୍ଗାଲି ବିଜେଡ଼ି ବ୍ଲକ ସଭାପତି ଅଶୋକ ଗୁରୁ, ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି, ଜିଲ୍ଲା ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ, ରେଙ୍ଗାଲି ଜୋନ ୧ ଜିଲ୍ଲା ପରିଷଦ ଚୋଳଶ୍ରୀ ମହାନନ୍ଦ, ପୂର୍ବତନ ବିଧାୟକ ଗର୍ଡିଆ, ଶଶି ସାହୁ, ସମିତି ସଭ୍ଯ ଜିତେନ୍ଦ୍ର ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବିଶ୍ଵାଳ, ସିମନ୍ତ ହୋତା, ସମିତି ସଭ୍ଯ ଅଶ୍ୱିନୀ ପଟେଲ, ପୁର୍ବତନ ବ୍ଳକ୍ ସଭାପତି ନାରାୟଣ ଶର୍ମା, ବ୍ଲକ ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତ, ଯୁବ ବିଜେଡି ବ୍ଲକ ସଭାପତି ଦୟାନିଧି ଭାଇଁସାଲ, ବିଶ୍ୱକେଶନ ବିଶ୍ଵାଳ, ପୂର୍ବତନ ବ୍ଲକ ସଭାପତି ମୁକୁନ୍ଦ ବେହେରା, ଶୁଶିଲ କିସାନ, ଜୟଦ୍ରଥ ବିଶ୍ଵାଳ, ଦୁର୍ଗା ପ୍ରସାଦ ଦାସ, ପଦ୍ମଲୋଚନ ଧର, ଧନକଉଡା ବ୍ଲକ ସଭାପତି ଯତିନ୍ଦ୍ର ସାହୁ, ସ୍ବାଧୀନ ଏକତା ସଂଗଠନ ର ସଭାପତି ରାଜୀବ ମିଶ୍ର, ସରୋଜ ବିଶୋଇ, ସୁମିତ ସାହୁ ପ୍ରମୁଖ ଙ୍କ ସହ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ଏକତ୍ରିତ ହୋଇ ନବଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।