ରାମଲୀଳାରେ ଅଘଟଣ

0 71

ପାରାଦୀପ – ଚାଲିଥିଲା ରାମଲୀଳା , ରଶି ଉପରେ ହନୁମାନ ଉଡିବେ ବୋଲି ନଡ଼ିଆ ଗଛରେ ଦ‌ଉଡି ବାନ୍ଧି ଏକ ଟ୍ରାକ୍ଟର ରେ ଭିଡ଼ି ଟାଇଟ୍ କରୁଥିଲେ ଲୋକେ । ହେଲେ ହଠାତ୍ ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ରାମଲୀଳା ଚାଲୁଥିବା ବେଳେ ଘଟିଛି ଏହି ଅଘଟଣ । ନଡିଆଗଛରେ ରଶି ବାନ୍ଧି ଟ୍ରାକ୍ଟର ରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ । ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛ ରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲା । ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ଜଣଙ୍କ ସମାଗୋଳ ଗ୍ରାମର କୁନି ଦାସ । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.