ଭୁବନେଶ୍ୱର, 25/12/24
ଆଜି ବାତ୍ୟା ନିରୋଧୀ ଗୃହନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟା-ବାତ୍ୟାପ୍ରବଣ ଅଞ୍ଚଳରେ ବାସହୀନ ଲୋକଙ୍କୁ ଘର ଯୋଗାଇବା ସମୟରେ ବନ୍ୟା-ବାତ୍ୟା ନିରୋଧି ଗୃହ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଘରଗୁଡ଼ିକ କିପରି ବାତ୍ୟା ଓ ବନ୍ୟା ପ୍ରତିରୋଧୀ ହୋଇପାରିବ ଓ ଏଥି ନିମନ୍ତେ ଏହା ଉପରେ ବିସ୍ତୃତ ଆଲୋଚନା କରି ସମୟୋଚିତ ସମାଧାନର ପନ୍ଥା ବାହାର କରିବା ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁନଶ୍ଚ ଏହା ଉପରେ ଯଦି ଅଧିକ ଅର୍ଥ ଖର୍ଚ୍ଚ ହେବ ତାହା କିପରି ଭରଣା କରାଯିବ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇ ପଦକ୍ଷେପ ନେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ସରକାରୀ ଜମିଜମାର ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ବାତ୍ୟାକୁ ପ୍ରତିରୋଧ କରିବା ପାଇଁ ସରକାରୀ ଜାଗାରେ ଆବଶ୍ୟକତା ଅନୁଯାୟୀ ହେନ୍ତାଳ ବନ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ,ଅତିରିକ୍ତ ରିଲିଫ୍ କମିଶନ ଶ୍ରୀମତୀ ଅତସୀ ଦାସ, ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ, ସିୱାଇଏସ୍ଡିର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।