ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ୱର

0 87

ଭୁବନେଶ୍ୱର,: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି । ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ବନେଶ୍ୱରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି । ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷେ ଚାନ୍ଦବାଲିରେ ତାପମାତ୍ରା ୩୫.୪ ଡିଗ୍ରୀରେ ପହଞ୍ଚିଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ, ମେ\’ ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ । ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟୱଭର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା\’ଠାରୁ ଅଧିକ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଟିଟିଲାଗଡ଼ ତଳକୁ ଝାରସୁଗୁଡା ରହିଛି । ଏଠାରେ ୩୮.୨ ତାପମାତ୍ରା ରେକର୍ଡ କରାଯାଇଥିବା
ବେଳେ ବଲାଙ୍ଗୀରରେ ୩୮, ସୋନପୁର ୩୭.୭, ଅନୁଗୋଳ ୩୭.୭, ସମ୍ବଲପୁର ୩୭.୬, ସୁନ୍ଦରଗଡ ୩୭.୫, ଭବାନୀପାଟଣା ୩୭.୨,
ହୀରାକୁଦ ୩୭.୧, ବୌଦ୍ଧ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ସେଲସିୟସ ଛୁଇଁଥିଲା ।

Leave A Reply

Your email address will not be published.