ଭୁବନେଶ୍ୱର,: ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଢ଼େ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ଯେଉଁ ଜାଗାରେ ପାଣି ମିଳୁ ନ ଥିବ । ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ପାଣି ପାଇଁ କେହି କଷ୍ଟ ନ ପାଇବେ ନାହିଁ । ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଗ୍ରୀଷ୍ମ ପ୍ରବାହରକୁ ନେଇ ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ।ଯେଉଁ ଜାଗାରେ ପାଣି ମିଳୁ ନ ଥିବ । ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ଚଳିତ ବର୍ଷ ନୂଆ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ୨୪ ହଜାର ନୂଆ ନଳକୂପ ମଧ୍ୟରୁ ୯ ହଜାରରୁ ଅଧିକ ନୂଆ ନଳକୂପ ସ୍ଥାପନ ସ୍ଥାପନ ହୋଇ ସାରିଛି । ବାକି ୧୫ ଦିନ ଭିତରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସାଢ଼େ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଲଙ୍କ ଆକାଉଣ୍ଟକୁ ପଠାଯାଇଛି । ନଳକୂପ ଖୋଳିବା ପାଇଁ ଜିଲ୍ଲାପାଳଙ୍କୁ ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଳ ଯୋଗାଣ ନେଇ ୨୭୨ ମେଗା ପ୍ରକଳ୍ପ ଚାଲିଛି । ସୋଶିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ବିଭାଗ ପକ୍ଷରୁ ଏହାକୁ ନେଇ ବିଭାଗ ପକ୍ଷରୁ ମନିଟରିଙ୍ଗ କରାଯାଉଛି । ସେହି ଆଧାରରେ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ।