ମାଙ୍କଡ କହୁଛି ମଦ ପିଅନି

0 129

ହାତରେ ମାଙ୍କଡ, ପୁଣି କାଖେଇ ହୋଇ ଯୁବକ ସହ ନିବିଡ଼ ସମ୍ପର୍କ, ଖାଲି ଏତିକି ନୁହେଁ ଯୁବକ ସହ ମିଶି ଲୋକଙ୍କୁ ହସେଇ ହସେଇ ସଚେତନ ବି କରୁଛନ୍ତି । ତେବେ ଯୁବକ ଙ୍କ ହାତରେ ଥିବା ମାଙ୍କଡ ଟି ଟେଡ୍ଡି କଣ୍ଢେଇ ହୋଇଥିବା ବେଳେ ମାଙ୍କଡ ଆଉ ଯୁବକଙ୍କ ଏଭଳି ଷ୍ଟେଜକ୍ରାଫ୍ଟ କୁ ଶବ୍ଦ ଭ୍ରମ କୁହାଯିବା ସହ ଭେଣ୍ଟ୍ରିଲୋକ୍ୱିଷ୍ଟ କୁହାଯାଇଥାଏ। ଏହା ମୁଖ୍ୟତଃ ବାହାର ଦେଶରେ ଦେଖିବାକୁ ମିଳିଥାଏ। କିନ୍ତୁ ଯୁବକ ଜଣକ ନିଆରା ଏକ ଷ୍ଟେଜକ୍ରାଫ୍ଟ କରି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଯୁବକ ଜଣକ ବଲାଙ୍ଗିର ସହରର କନ୍ଧପାଲି ପଡ଼ାର ଆନନ୍ଦ ଠେଲା ହୋଇଥିବା ବେଳେ ତାଙ୍କ ସାଙ୍ଗ ସାଜିଥିବା ଟେଡ୍ଡି ମାଙ୍କଡର ନା ରେଞ୍ଚୋ । ଯୁବକ ଆନନ୍ଦ ଓ ମାଙ୍କଡ ରେଂଚୋ ନିଆରା ଢଙ୍ଗରେ ନିଶାକୁ ସେବନକୁ ନେଇ, ଗଛ କାଟିବା କୁ ନେଇ, ଗାଡ଼ି ଚଳାଇବା ସମୟର ମୋବାଇଲ ବ୍ୟବହାର କରିବା ଆଦି ବିଭିନ୍ନ ଜିନିଷକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଆନନ୍ଦ ଏକ ଘୋରୋଇ ସଂସ୍ଥାରେ କାମ କରୁଥିବା ବେଳେ ଗତ ଦୁଇ ବର୍ଷ ତଳେ ୟୁଟ୍ୟୁବରୁ ଏହି ଷ୍ଟେଜ କ୍ରାଫ୍ଟ ଦେଖିଥିଲେ ଓ ଶିଖିଥିଲେ, ଘରେ ଘରେ ନିଜେ ଦର୍ପଣରେ ଅଭ୍ୟାସ କରି କରି ଆଜି ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଏହି ଷ୍ଟେଜ କ୍ରାଫ୍ଟ କୁ ନେଇ କି। ସେ ପଶ୍ଚିମ ଓଡ଼ିଶାର ଗୁଡ଼ାଏ ଷ୍ଟେଜରେ ଏହି ଷ୍ଟେଜ କ୍ରାଫ୍ଟ ଶବ୍ଦ ଭ୍ରମ ଦେଖାଇବା ସହ ସମ୍ମାନିତ ହୋଇପାରିଛନ୍ତି।

Leave A Reply

Your email address will not be published.