ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ

0 113

ସମ୍ବଲପୁର, : ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ । ସକାଳେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ ଭାମୁଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ପଦକ ପ୍ରଦାନ ଉତ୍ସବରେ ଯୋଗ ଦେଇ ବିଭିନ୍ନ ପଦକ ପ୍ରଦାନ କରିଥିଲେ । ପରେ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜର ୫ ଜିଲ୍ଲାର ଏସପିମାନଙ୍କ ସହ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଥିଲେ । ଏଥିରେ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ସାମିଲ ହୋଇଥିଲେ । ସେହିପରି ସମ୍ବଲପୁର ଠାରେ ହେବାକୁଥିବା
ଶ୍ରୀରାମ ନବମୀ ଏବଂ ହନୁମାନ ଜୟନ୍ତି ଉତ୍ସବ ପରିପ୍ରେକ୍ଷୀରେ ବିଭାଗୀୟ ବନେ୍ଦାବସ୍ତ ସମ୍ପର୍କରେ ସେ ସମ୍ବଲପୁର ଆଇଜି, ଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ । ଏହି ଅବସରରେ ତାଙ୍କୁ ବିଭିନ୍ନ ସାମାଜିକ ଓ ସିଭିଲ ସୋସାଇଟିର ପ୍ରତିନିଧି ସାକ୍ଷାତ କରି ପ୍ରସ୍ତାବମାନ ଦେଇଥିଲେ । ରାଜ୍ୟ ପୋଲିସ ଡିଜିଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଅତିରିକ୍ତ ପୋଲିସ ଡିଜି (ଆଇନ ଶୃଙ୍ଖଳା) ସଂଜୟ କୁମାର ଏବଂ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ପ୍ରମୁଖ ଉପସ୍ଥିତ ଥିଲେ । ସେ ଏହି ଅବସରରେ କହିଥିଲେ ଯେ, ଏବେ ଉତ୍ତରାଞ୍ଚଳ ରେଞ୍ଜର ଗୋଟିଏ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ପ୍ରୟାସ ଜାରି ରହିଛି । ଛତିଶଗଡ ଓ ଆନ୍ଧ୍ର ସଂଲଗ୍ନ ଜିଲ୍ଲାରେ ଜୋରଦାର
କମ୍ବିଂ ଅପରେସନ ·ଲିଛି । ଯେଉଁ ଯେଉଁ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି ସେସବୁ ଜାଗାରେ ଗୁଇନ୍ଦା କାମ କରୁଛି । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.