ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଜନ୍ମ ଦିନର ଅଭିନନ୍ଦନ ଜଣାଇଲା ପାରାଦୀପ ସାମ୍ବାଦିକ ଟ୍ରଷ୍ଟ

0 91

ପାରାଦୀପ,: ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଜନ୍ମ ଦିନ ଅବସରରେ ସାରା ପାରାଦୀପ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଶୁଭେଚ୍ଛା ଦେବାକୁ ଚଳଚଞ୍ଚଳ ହୋଇପଡ଼ିଥିଲା । ସୋମବାର ସକାଳେ ତାଙ୍କ କର୍ମୀ ମାନେ ସ୍ୱାସ୍ଥ୍ୟ ଶିବିର, ଗରିବଙ୍କୁ ଶୀତ ବସ୍ତ୍ର ବଣ୍ଟନ, ମନ୍ଦିର ମାନଙ୍କରେ ପୂଜାଅର୍ଚନା ଇତ୍ୟାଦି କାର୍ଯ୍ୟକ୍ରମ କରି ମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ପାରାଦୀପ ନିର୍ବାଚନ ମଣ୍ଡଳୀ ସମେତ ବନ୍ଦର ସହର ପାରାଦୀପ ସହରର ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ଜିରୋ ପଏଣ୍ଟ ସ୍ଥିତ ବିଜେପି ପାର୍ଟି କାର୍ଯ୍ୟାଳୟରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ପାରାଦୀପ
କାର୍ଯ୍ୟରତ ସାମ୍ବାଦିକ ସହକାରୀ ସାମାଜିକ କଲ୍ୟାଣ ଟ୍ରଷ୍ଟ ଏବଂ ଏହାର ସହଯୋଗୀ ଅନୁଷ୍ଠାନ ଗ୍ରୀନ ପାରାଦୀପ ଟ୍ରଷ୍ଟ ପକ୍ଷରୁ ଏହାର କର୍ମକର୍ତ୍ତା ଶଶାଙ୍କ ଆ·ର୍ଯ୍ୟ, ରବିନ୍ଦ୍ର ଜେନା, ରାକେଶ ପଟ୍ଟନାୟକ, ସୁଧାଂଶୁ ନାୟକଙ୍କ ସମେତ ବହୁ ସଦସ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ, ବିଜେପି ପାରାଦୀପ ମଣ୍ଡଳ ସଭାପତି ତଥା ପାରିଷଦ ସୁବ୍ରତ ପ୍ରଧାନ, ବଣିକ
ସଂଘ ସଭାପତି କ୍ଷୀରୋଦ ସ୍ୱାଇଁ ଓ ଉପସଭାପତି ପ୍ରୀତିରଞ୍ଜନ ମହାପାତ୍ରଙ୍କ ସମେତ ବହୁ ସଂଗଠନମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ କାର୍ଯ୍ୟ ଦକ୍ଷତା, ବ୍ୟକ୍ତିତ୍ୱ ଓ ଲୋକସମ୍ପର୍କ ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀ ସମେତ ସାରା ରାଜ୍ୟରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.