ବ୍ୟାସ ସରୋବର ଗୋଶାଳାର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ

0 77

ଯାଜପୁର,: ବେଦରେ ଗୋମାତାଙ୍କୁ ମାତାର ଆଖ୍ୟା ଦିଆଯାଇଛି । ଗୋ ପୁଜା ସନାତନ ଧର୍ମ ଏକ ପ୍ରତୀକ । ଗୋସମ୍ପଦକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ବ୍ୟାସ ସରୋବର ଗୋଶାଳା ଅତି ପ୍ରାଚୀନ ଏହି ଗୋଶାଳା ବିକାସ ପାଇଁ ଅଣ୍ଟା ଭିଡିଛନ୍ତି କୋରାଇ ବିଧାୟକ ଆକାଶ ଦାସ ନାୟକ ଗୁରୁବାର ଦିନ ୧୨:୫୦ ମିନିଟ ସମୟରେ ଯାଜପୁର ରୋଡ ସ୍ଥିତ ବ୍ୟାସ ସରୋବର ଗୋଶାଳାକୁ ବିଧାୟକଙ୍କ ଗସ୍ତ କରି ଗୋଶାଳାର ବିକାଶକୁ ନେଇ କର୍ମକର୍ତ୍ତାଙ୍କ ସହିତ କଲେ ଆଲୋଚନା । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଥିବା ଗୋଶାଳାର ବିକାଶ ପାଇଁ ଆରମ୍ଭ ହେଉଛି ଯୋଜନା । ବିଶେଷ ଭାବରେ ଗୋରୁ ଗାଈ ମାନେ କିଭଳି ସୁରକ୍ଷିତ ରହିବେ ଓ ଉପଯୁକ୍ତ ଖାଦ୍ୟ ଖାଉବାକୁ ପାଇବେ ସେଥିପାଇଁ ଆରମ୍ଭ ହେଉଛି ପ୍ରୟାସ । ଆଜି ଏହି ପରିପ୍ରେକ୍ଷରେ କୋରେଇ ବିଧାୟକ ଆକାଶ ଦାସନାୟକ ବ୍ୟାସ ସରୋବର ଗୋଶାଳାରେ ପହଞ୍ଚିଥିଲେ । ଏଥିସହିତ ପ୍ରତେକ ଗୋରୁଗାଈଙ୍କୁ କଦଳୀ ଓ ଗୁଡ଼ ଖାଇବାକୁ ଦେଇ ଆଶ୍ରିବାଦ ନେଇଥିଲେ । ପରିଶେଷରେ ଗୋଶାଳାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କିଭଳି ସମାଧାନ ହେବ ସଦସ୍ୟକୁ ପରାମର୍ଶ ଦେଇଥିଲେ  ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଆଡଭୋକେଟ ରଜତ କୁମାର ରାଉତ, କାଉନସିଲର ଅଶୋକ ରାଉତ, ବରିଷ୍ଟ ଆଇନଜୀବୀ ଚନ୍ଦ୍ର ଶେକର ପଣ୍ଡା ପ୍ରମୋଦ ବୋଇତାଇ ଦେବେନ୍ଦ୍ର ସାମଲ ବାବାଜୀ ମଲ୍ଲିକ ଡ. ଦୁଷ୍ମନ୍ତ କୁମାର ନାୟକ ଓ ଶିବ ମଟା ନିଆ ପ୍ରମୁକ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.