ବ୍ୟାଙ୍କ ଅଫ୍ ବରୋଦା ଓ ନାବାର୍ଡ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ

0 77

ଭୁବନେଶ୍ୱର,: ଏକ ଐତିହାସିକ ମୂହୁର୍ତ୍ତରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁରଠାରେ ରାଜ୍ୟରେ ଏଫ୍‌ପିଓ ପାଇଁ ଋଣ ସଂଯୋଗୀକରଣ
ନିମନ୍ତେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଅମୃତ କୁଲାଙ୍ଗେ, ନାବାର୍ଡର ଉପ ପରିଚାଳନା ନିର୍ଦ୍ଦେଶକ ଅଜୟ କୁମାର ସୁଡ୍‌, ବ୍ୟାଙ୍କ ଅଫ୍‌ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୀଣା ୱାହିଦ୍‌, ନାବାର୍ଡ ସିଜିଏମ୍‌ ଏସ୍‌.କେ.କେ ମିଶ୍ର, ବ୍ୟାଙ୍କର ମହାପ୍ରବନ୍ଧକ ତଥା ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ, ମହାପ୍ରବନ୍ଧକ ତଥା ଏସ୍‌ଏଲ୍‌ବିସି ସଂଯୋଜକ ଗୈାତମ ପାତ୍ର ଏବଂ ଓଜିବି ଚେୟାରମ୍ୟାନ୍ ରିଶି ସିଣ୍ଟ ଉପସ୍ଥିତିରେ ବ୍ୟାଙ୍କ ଅଫ୍ ବରୋଦା ଏବଂ ନାବାର୍ଡ ମଧ୍ୟରେ ଚୁକ୍ତିପତ୍ର ଏକ ସ୍ୱାକ୍ଷରିତ ହୋଇଯାଇଛି । ଏହା ବ୍ୟାଙ୍କ ଅଫ୍‌ ବରୋଦା ଦ୍ୱାରା ନାବାର୍ଡ ସମର୍ଥିତଏଫ୍‌ପିଓଗୁଡିକୁ ଆର୍ଥିକ ସହାୟତା ପାଇଁ ଇକୋ ସିଷ୍ଟମ ସୃଷ୍ଟି କରିବା ସହ କୃଷକମାନଙ୍କ ଜିବୀକା ବୃଦ୍ଧି ସହିତ ରାଜ୍ୟରେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପର ବିକାଶରେ ସାହାଯ୍ୟ କରିବ । ନାବାର୍ଡ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ମିଳିତ ଭାବରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥିଲେ ଯେଉଁଠାରେ ମୋଟ୍ ୧୫୧ଜଣ କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କୁ ୨.୪୧ କୋଟି ଟଙ୍କାର ମଞ୍ଜୁରୀ ପତ୍ର ଏବଂ ତିନୋଟି ଏଫ୍‌ପିଓଙ୍କୁ ୩୦ ଲକ୍ଷ ଟଙ୍କାର ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲ । ଏହି ଅବସରରେ ଟ୍ରାକ୍ଟର ଋଣଗ୍ରହୀତାମାନଙ୍କୁ ଟ୍ରାକ୍ଟରର ଚାବି ପ୍ରଦାନ କରାଯାଇଥିଲା । ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଦୁଗ୍ଧ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.