ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରବାସୀ ଭାରତୀୟ ଗ୍ରାହକ ସମ୍ମିଳନୀ

0 82

ଭୁବନେଶ୍ୱର,: ପ୍ରବାସୀ ଭାରତୀୟ ଦିବସ ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ପ୍ରବାସୀ ଭାରତୀୟ ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରୀ୩?୪ା ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକ, କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ରଜନୀକାନ୍ତ ଭୂୟାଁ, ଭୁବନେଶ୍ୱର ଶାଖାର ସହାୟକ ମହାପ୍ରବନ୍ଧକ ଗୁରୁପ୍ରସାଦ ମିଶ୍ର, ଜୟଦେବ ବିହାର ଶାଖାର ସହାୟକ ମହାପ୍ରବନ୍ଧକ
ସୈାମ୍ୟରଞ୍ଜନ ବେହେରା ଏବଂ ଏସ୍‌ଏମ୍‌ଇସିସି ଭୁବନେଶ୍ୱରର ସହାୟକ ମହାପ୍ରବନ୍ଧକ ସନ୍ଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ୩୭ ଜଣ ପ୍ରବାସୀ ଭାରତୀୟ ଗ୍ରାହକ ଏଥିରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.