ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଜାମଖାନି କୋଇଲା ଖଣିରେ ଅତ୍ୟାଧୁନିକ ଡ୍ୟାସ୍ୱୋର୍ଡର ଶୁଭାରମ୍ଭ

0 133

ଭୁବନେଶ୍ୱର,: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଏକ ଅତ୍ୟାଧୁନିକ ଡ୍ୟାସ୍ୱୋର୍ଡର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ରିଅଲ ଟାଇମ୍ ଡାଟାକୁ ସମନ୍ୱିତ କରେ । କାର୍ଯ୍ୟଦକ୍ଷତା ମେଟ୍ରିକ୍ସକୁ ଅପ୍ଟିମାଇଜ୍ ଏବଂ ନିୟମିତ ପ୍ରକ୍ରିୟାକୁ
ସ୍ୱୟଂଚାଳିତ କରେ । ଏକ ଉତ୍ସର୍ଗୀକୃତ ଟିମ୍ ଦ୍ୱାରା ଏହି ଡ୍ୟାସ୍ୱୋର୍ଡ ବିକଶିତ କରାଯାଇଛି । ଜାମଖାନି କୋଇଲା ଖଣି ହେଉଛି ବେଦାନ୍ତର ପ୍ରଥମ ଗ୍ରିନଫିଲ୍ଡ କୋଇଲା ଖଣି ଏବଂ ଓଡ଼ିଶାର ପ୍ରଥମ ଗ୍ରିନଫିଲ୍ଡ ଖଣି । ଏହି ଖଣି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଏବଂ ବିଶ୍ୱର ସର୍ବବୃହତ୍ ଆଲୁମିନିୟମ ସ୍ମେଲଟର ବେଦାନ୍ତର ଝାରସୁଗୁଡ଼ା କାରଖାନାର କୋଇଲା ଆବଶ୍ୟକତା ପୂରଣ କରୁଛି । ବେଦାନ୍ତ ଆଲୁମିନିୟମର ଅଭିବୃଦ୍ଧିରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରି କମ୍ପାନୀର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଜାମଖାନି କୋଇଲା ଖଣିରେ କାର୍ଯ୍ୟକ୍ଷମ ଡ୍ୟାସ୍ୱୋର୍ଡ ଡିଜିଟାଲାଇଜେସନ୍ ଦିଗରେ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିôବ କରୁଛି । କମ୍ପାନୀର କୋଇଲା ଖଣିଓ ସିଇଓ ଡେଭିଡ ଷ୍ଟୋନ କହିଛନ୍ତି, ଏହା ବେଦାନ୍ତର ମୂଲ୍ୟ ଶୃଙ୍ଖଳାରେ ଡିଜିଟାଲ ଉପକରଣଗୁଡ଼ିକୁ ସମନ୍ୱିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ ଥିଲା ।

Leave A Reply

Your email address will not be published.