ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ବାବୁଙ୍କ ଭଳି ବ୍ୟକ୍ତିତ୍ୱ ବିରଳ

0 68

ଭୁବନେଶ୍ୱର, : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଜୁ ବାବୁ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯିଏ ନିଜର ସମସ୍ତ ଶିଳ୍ପକୁ ସରକାରଙ୍କୁ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ୱ ବିରଳ । ରାଜ୍ୟସ୍ଥରୀୟ ସମାରୋହରେ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ବିଜୁ ପଟ୍ଟନାୟକ ମୁଳୁଦୁଆ ରଖିଥିଲେ । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ, ପଞ୍ଚାୟତିରାଜ ବ୍ୟବସ୍ଥାର ଉନ୍ନତି ଓ ମହିଳାମାନଙ୍କ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ତେବେ
ସତକୁ ସତ ନବୀନ ବୁଧବାର ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇନାହାନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ । ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ ଜଣାଇଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ମୋହନ ନବୀନଙ୍କୁ ଅନୁରୋଧ କରିଥିଲେ । ଚିଠିରେ ମୋହନ ଲେଖିଥିଲେ, ଆପଣଙ୍କୁ ମୋର ସାଦର ନମସ୍କାର । ଆସନ୍ତା ମାର୍ଚ୍ଚ ୫ ତାରିଖରେ କରିଛି । ଅନ୍ୟପଟେ, ବିଜୁବାବୁଙ୍କ ଜୟନ୍ତୀ ଅର୍ଥାତ ମାର୍ଚ୍ଚ ୫କୁ ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଥିଲେ । ହେଲେ ରାଜ୍ୟରେ ପ୍ରଥମ ଥର ଲାଗି ଗତ ସାଧାରଣ ନିର୍ବାଚନରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଶାସନ ଗାଦିରୁ ହଟିଛି । ରାଜ୍ୟରେ ପ୍ରଥମ ଥର ଲାଗି ଭାଜପା ଶାସନ କ୍ଷମତାକୁ ଆସିବା ପରେ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସର ତାରିଖରେ ପରିବର୍ତ୍ତନ କରିଛି । ରାଜ୍ୟ
ସରକାର ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି । ଏପରିକି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫କୁ ଯେଉଁ ସରକାରୀ ଛୁଟିଦିନ ଭାବେ ଗଣାଯାଉଥିଲା ତାକୁ ମଧ୍ୟ ପରିବର୍ତ୍ତନ କରିଦିଆଯାଇଛି ।

Leave A Reply

Your email address will not be published.